ଦଳ ଆଗ ପଦବୀ ପଛ ! ଶିବସେନାର ବିଧାୟକ ଦଳ ନେତା ହେଲେ ଏକନାଥ ସିନ୍ଧେ

ମୁମ୍ବାଇ: ଶିବସେନା ରାଜନୀତିରେ ରୋଚକମୋଡ ଦେଖିବାକୁ ମିଳିଛି । କାରଣ ପୁଅ ଆଦିତ୍ୟ ଥାକରେଙ୍କ ବଦଳରେ ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଧେଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି | ଶିବସେନା ବିଧାୟକ ଦଳ ନେତା ଭାବେ ଏକନାଥ ସିନ୍ଧେଙ୍କ ନାମକୁ ନାଁ ନିଜେ ପ୍ରସ୍ତାବ ଦେଇଥିଲେ ଉଦ୍ଧବ ଥାକରେଙ୍କ ପୁଅ ଆଦିତ୍ୟ ଥାକରେ । ଉଦ୍ଧବ ଥାକରେଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏଠାରେ ସୂଚନା ଥାଉ କି ଆଦିତ୍ୟ ଥାକରେଙ୍କ ଶିବସେନା ବିଧାୟକ ଦଳ ନେତା ପଦ ନେଇ ଚର୍ଚ୍ଚା ଜୋର ଧରିଥିଲା |

କିନ୍ତୁ ଆଦିତ୍ୟ ଏକନାଥଙ୍କ ନାମକୁ ନିଜେ ପ୍ରସ୍ତାବ ଦେଇଛନ୍ତି | ସିନ୍ଧେ ବର୍ତ୍ତମାନ ମହାରାଷ୍ଟ୍ର ସରକାରରେ ପିଡ଼ବ୍ଲ୍ୟୁଡି ମନ୍ତ୍ରୀ ଥିବାବେଳେ ସେ କୋପରି-ପଛପାଖଡ଼ି ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି | ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସିନ୍ଧେ ଦ୍ଵିତୀୟ ଥର ପାଇଁ ଶିବସେନା ଦଳର ବିଧାୟକ ନେତା ଭାବେ ନିର୍ବାଚିତ ହୋଇଛନ୍ତି |

ଆଜି ଅପରାହ୍ନ ସାଢେ ୩ଟା ବେଳେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଷିୟାରିଙ୍କୁ ଭେଟିବ ଶିବସେନା । ଆଦିତ୍ୟ ଠାକରେ, ଏକନାଥ ସିନ୍ଦେ, ଦିବାକର ରାଉତେ ଓ ସୁବାସ ଦେଶାଇ ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ଆଦିତ୍ୟ ଠାକରେଙ୍କୁ ବିଧାୟକ ଦଳ ନେତା କରାଯିବା ନେଇ ଚର୍ଚ୍ଚା ଚାଲିଥିଲା ।

ସମ୍ବନ୍ଧିତ ଖବର