ନୂଆଦିଲ୍ଲୀ: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ଭାରତ ରାଷ୍ଟ୍ର ସମିତି (ବିଆରଏସ)କୁ ହରାଇ ସରକାର ଗଢିବାକୁ ଯାଉଛି । ୩ଟି ରାଜ୍ୟରେ ହାରିଥିବା କଂଗ୍ରେସ ପାଇଁ ଏହା ଏକମାତ୍ର ସାନ୍ତ୍ବନା ରହିଛି ବୋଲି ଚର୍ଚ୍ଚା ହେଉଛି।
ଏହି ବିଜୟ ପରେ କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଥିବା ବେଳେ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ସମୟରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିଥିବା ଘଟଣାକୁ ଡିଜିପିଙ୍କୁ ମହଙ୍ଗା ପଡ଼ିଯାଇଛି।
ପ୍ରକାଶିତ ରିପୋର୍ଟ ମୁତାବକ, ନିର୍ବାଚନ ଆୟୋଗ ଆଦର୍ଶ ଆଚରଣ ସଂହିତା ନିୟମ ଉଲଂଘନ କରିଥିବା ଘଟଣାକୁ କେନ୍ଦ୍ର କରି ତେଲେଙ୍ଗାନା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଅଞ୍ଜନି କୁମାରଙ୍କୁ ନିଲମ୍ବିତ କରିଛନ୍ତି।
#UPDATE | The Election Commission of India has suspended Anjani Kumar, Director General of Police Telangana for violation of the Model Code of Conduct and relevant conduct rules: Sources
The Director General of Police Telangana along with Sanjay Jain, State Police Nodal Officer,… https://t.co/FGltWV2Bxe pic.twitter.com/2m7XpbjBqj
— ANI (@ANI) December 3, 2023
ରବିବାର ସକାଳେ ଡିଜିପି ରାଜ୍ୟ ପୁଲିସର ନୋଡାଲ ଅଧିକାରୀ ସଞ୍ଜୟ ଜୈନ ଓ ମହେଶ ଭାଗବତଙ୍କ ସହିତ ଭୋଟଗଣତି ସମୟରେ ହାଇଦ୍ରାବଦରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଅନୁମୁଲା ରେୱନ୍ତ ରେଡ୍ଡିଙ୍କୁ ଭେଟିବା ସହିତ ଫୁଲତୋଡ଼ା ଦେଇଥିଲେ।
ଏହି ସାକ୍ଷାତକାର ସମୟ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା। ପୋଷ୍ଟ ହେବାର କିଛି କ୍ଷଣ ମଧ୍ୟରେ ଏହି ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଥିଲା। ଏହାପରେ ନିର୍ବାଚନ ଆୟୋଗ ଡିଜିପି କୁମାରଙ୍କୁ ନିଲମ୍ବିତ କରିବା ପାଇଁ ଆଦେଶ ଦେଇଥିଲେ।