ଗତ ସପ୍ତାହକ ମଧ୍ୟରେ ୧୩ଜଣ ସାମ୍ବାଦିକ କରୋନାରେ ଆକ୍ରାନ୍ତ; ଜଣେ ମୃତ

ହାଇଦ୍ରାବାଦ: ଦେଶରେ କରୋନାଭାଇରସ୍‌ ସହିତ ଜଡ଼ିତ ଘଟଣା ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇଲକ୍ଷରୁ ଊର୍ଧ୍ୱରେ ପହଞ୍ଚି ସାରିଛି। ଏହି କ୍ରମରେ ହାଇଦ୍ରାବାଦର ଏକ ସରକାରୀ ହସ୍‌ପିଟାଲ୍‌ରେ ରବିବାର ସକାଳେ କରୋନାଭାଇରସ୍‌ କାରଣରୁ ଏକ ତେଲୁଗୁ ଚ୍ୟାନେଲ୍‌ରେ କାମ କରୁଥିବା ୩୩ବର୍ଷୀୟ ଜନୈକ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ମୃତ ସାମ୍ବାଦିକଙ୍କ ରିପୋର୍ଟରେ ସେ କରୋନା ସଂକ୍ରମିତ ଥିବା ଚିହ୍ନଟ ହେବା ପରେ ତାଙ୍କୁ ଜୁନ ୪ ତାରିଖରେ ଗାନ୍ଧୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହସ୍‌ପିଟାଲ୍‌ ଡାକ୍ତରଙ୍କ କହିବାନୁସାରେ, ଯେତେବେଳେ ସାମ୍ବାଦିକଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ସେହି ସମୟରେ ତାଙ୍କୁ ନିମୋନିଆ ହୋଇଥିଲା। ଆଉ ସାମ୍ବାଦିକଙ୍କୁ ନିଶ୍ୱାସ ନେବାରେ ବି ଅସୁବିଧା ହେଉଥିଲା।

Coronavirus: 33-Year-Old Journalist Dies Of COVID19 In Telangana ...

ଗାନ୍ଧୀ ହସ୍‌ପିଟାଲ୍‌ର ଅଧ୍ୟକ୍ଷକ ଡାକ୍ତର ଏମ୍‌ ରାଜା ରାଓ୍ଵଙ୍କ କହିବାନୁସାରେ, ଡାକ୍ତରଙ୍କ ଟିମ୍‌ ଆଇସିୟୁରେ ଭର୍ତ୍ତି ହୋଇଥିବା ଉକ୍ତ ସାମ୍ବାଦିକଙ୍କୁ ସମ୍ପୂର୍ଣ୍ଣ ନୀରିକ୍ଷଣରେ ରଖିଥିଲେ। ମୁଁ ବି ତାଙ୍କର ନିୟମିତ ଚିକିତ୍ସା କରୁଥିଲୁ। ଅନେକ ଚେଷ୍ଟା ପରେ ଗତ ରବିିବାର ସକାଳୁସକାଳୁ ତାଙ୍କର ହୃଦଘାତ ହୋଇଥିଲା । ସକାଳ ପାଖାପାଖି ୯.୩୦ରେ ସାମ୍ବାଦିକଙ୍କୁ ମୃତ ଘୋଷଣା କରାଯାଇଥିଲା।

Television journalist succumbs to Covid-19 in Hyderabad, had ...
Hindustan Times

ଗତ ଏକ ସପ୍ତାହ ମଧ୍ୟରେ ରାଜ୍ୟରେ ପାଖାପାଖି ୧୩ରୁ ଅଧିକ ସାମ୍ବାଦିକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେମାନଙ୍କର ଏବେ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସା ଜାରି ରହିଛି। ଗତ ରବିବାର ସୁଦ୍ଧା ତେଲେଙ୍ଗାନାରେ ୧୫୪ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର