ବୟସ୍କ ଦମ୍ପତିଙ୍କ ବ୍ୟାଗ୍‌ରୁ ବାହାରିଲା ମେଞ୍ଚା ମେଞ୍ଚା ଜୀବନ୍ତ ଅସରପା, ବିମାନ ବନ୍ଦରରେ ପଡ଼ିଲେ ଧରା

ବେଜିଂ: ଥରେ ଭାବନ୍ତୁ ଆପଣଙ୍କ ସମ୍ମୁଖରେ ଯଦି ଏକାଥରକେ ୨୦୦ ଜୀବନ୍ତ ଅସରପା ଦେଖିବାକୁ ମିଳନ୍ତି ତେବେ ଆପଣ କ’ଣ କରିବେ? ନଭେମ୍ବର ୨୫ ତାରିିଖରେ ଚୀନର ଏକ  ବିମାନ ବନ୍ଦରରେ ଏପରି ଏକ ଘଟଣା ଘଟିଯାଇଛି। ଆଞ୍ଚଳିକ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ ଯେତେବେଳେ ବିମାନ ବନ୍ଦରରେ ଉକ୍ତ ବୟସ୍କ ଦମ୍ପତିଙ୍କ ବ୍ୟାଗ୍‌ରୁ ଶହ ଶହ ଅସରପା ଦେଖିବାକୁ ମିଳିଥିଲା ସେତେବେଳେ ସମେସ୍ତ ଚକିତ ହୋଇଯାଇଥିଲେ।

ଜାଣିବାକୁ ମିଳିଛି ଯେ ବିମାନ ବନ୍ଦରରେ ଦମ୍ପତିଙ୍କ ବ୍ୟାଗ୍‌ ଯେତେବେଳେ ଏକ୍ସ-ରେ ମେସିନ୍‌ରେ ପଶିଥିଲା ସେତେବେଳେ ସେଥିରେ ଭିନ୍ନ ଧରଣ କିଛି ଥିବା ଜାଣିବାକୁ ମିଳିଥିଲା। ଫଳରେ ବିମାନ କର୍ମଚାରୀ ଦମ୍ପତିଙ୍କ ବ୍ୟାଗ୍‌ ଦେଖିବାରୁ ସେଥିରୁ ଅସରପା ବାହାରିଥିଲେ।

ଦମ୍ପତିଙ୍କୁ ଏ ସଂପର୍କରେ ପଚରାଯିବାରୁ ସେମାନେ ସଫେଇ ଦେଇଥିଲେ ଯେ ଅସରପାଗୁଡ଼ିକୁ ସେମାନେ ଏକ ଘରୋଇ ଚିକିତ୍ସାରେ ବ୍ୟବହାର କରନ୍ତି। ମୋ ପତ୍ନୀଙ୍କର ଚର୍ମ ରୋଗ ଥିବାରୁ ଅସରପା ଦ୍ୱାରା ତାହାକୁ ଚିକିତ୍ସା କରାଯାଉଛି ବୋଲି ସ୍ୱାମୀ  ସେଠାରେ ଉପସ୍ଥିତ ଥିବା ସିକ୍ୟୁରିଟି ଗାର୍ଡମାନଙ୍କୁ କହିଥିଲେ। ଦମ୍ପତିଙ୍କୁ ବିମାନ ଭିତରେ ଅସରପା ନେଇ ଯିବାକୁ ଅନୁମତି ମିଳିନାହିଁ।

ସମ୍ବନ୍ଧିତ ଖବର