ନୂଆଦିଲ୍ଲୀ: ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଜନସାଧାରଣଙ୍କ ସୁରକ୍ଷା ପାଇଁ ରହିଛନ୍ତି। ଜନତା ଅସୁବିଧାରେ ପଡ଼ିଥିଲେ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ହିଁ ଘଟଣାସ୍ଥଳରେ ପହଞ୍ଚି ସେହି ଅସୁବିଧାରୁ ଲୋକଙ୍କୁ ଉଦ୍ଧାର କରିଥାଆନ୍ତି। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି କି କିପରି ଅଗ୍ନିଶମ ବିଭାଗର କର୍ମଚାରୀ ନିଜ ଜୀବନକୁ ଖାତିର ନକରି ବୃଦ୍ଧ ଦମ୍ପତ୍ତିଙ୍କ ଜୀବନ ବଞ୍ଚାଇଥିଲେ।
ତେବେ ରାସ୍ତାରେ ଯାଉଥିବା ଏକ ଗାଡ଼ିରେ ହଠାତ ନିଆଁ ଲାଗି ଯାଇଥିଲା। ଏହି ଗାଡ଼ିରେ ବୃଦ୍ଧ ଦମ୍ପତ୍ତି ବସିଥିଲେ। ନିଆଁ ଲାଗିଥିବା ଗାଡ଼ିରୁ ବାହାରି ନପାରି ଦୁହେଁ ସେଠାରେ ହିଁ ଫସି ଯାଇଥିଲେ। ଏହି ସମୟରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦମ୍ପତ୍ତିଙ୍କୁ ଉଦ୍ଧାର କରିଥିଲେ। ଏହି ଭିଡିଓକୁ ଯିଏ ଦେଖୁଛନ୍ତି ସିଏ ଅଗ୍ନିଶମ ବିଭାଗ ଟିମ ଓ ପୁଲିସ କର୍ମଚାରୀଙ୍କୁ ପ୍ରଶଂସା କରୁଛନ୍ତି। ଭିଡିଓରେ ଆପଣ ଦେଖି ପାରୁଥିବେ କି ଅଗ୍ନିଶମ ବିଭାଗ ଟିମ ବୃଦ୍ଧ ଦମ୍ପତ୍ତିଙ୍କୁ କିପରି ଉଦ୍ଧାର କରୁଛନ୍ତି।
View this post on Instagram
ସୂଚନାଯୋଗ୍ୟ, ୯୨ବର୍ଷୀୟ କେନ ବିଲିୟମସନ ଓ ତାଙ୍କର ୯୦ବର୍ଷୀୟ ସ୍ତ୍ରୀ ଜୋନ କାରରେ ଯାଉଥିଲେ। ଏହି ସମୟରେ କାରକୁ ପଛରୁ ଅନ୍ୟ ଏକ ଗାଡ଼ି ଧକ୍କା ଦେଇଥିଲା। ଏହି ଧକ୍କା ହେବା ଫଳରେ କାରରେ ନିଆଁ ଲାଗି ଯାଇଥିଲା।