ନୂଆଦିଲ୍ଲୀ: ବେଙ୍ଗାଲୁରୁର ସୁରକ୍ଷାକର୍ମଚାରୀଙ୍କ ଏକ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବୃଦ୍ଧ ପାରମ୍ପାରିକ ଭାରତୀୟ ପୋଷାକ ଧୋତି-କୁର୍ତ୍ତା ପିନ୍ଧି ମଲ୍ ଭିତରକୁ ପ୍ରବେଶ କରିବାକୁ ଯାଉଥିବା ବେଳେ ସୁରକ୍ଷାକର୍ମଚାରୀମାନେ ତାଙ୍କୁ ଅଟକାଇ ଦେଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖିବାକୁ ମିଳୁଥିବା ବୃଦ୍ଧଙ୍କ ପୁଅ ଏହି ଘଟଣାକୁ ନେଇ କହିଛନ୍ତି, ‘ମୁଁ ମୋର ବାପାଙ୍କୁ ନେଇ ମଲ ଭିତରେ ଥିବା ସିନେମାହଲକୁ ସିନେମା ଦେଖିବା ପାଇଁ ଆସିଥିଲି। ସିନେମା ପାଇଁ ଟିକେଟ ବୁକ୍ ଥିବା ସତ୍ତ୍ବେ ସୁରକ୍ଷାକର୍ମୀମାନେ ମୋର ବାପାଙ୍କ ପୋଷାକ ପରିଧାନ ପାଇଁ ମଲ୍ ଭିତରକୁ ଯିବାକୁ ଦେଇ ନଥିଲେ।
ଏମିତି କି ମୋର ବୃଦ୍ଧବାପା ଉକ୍ତ ସୁରକ୍ଷାକର୍ମଚାରୀମାନଙ୍କୁ ଅନୁରୋଧ କରି କହିଥିଲେ, ‘ବାବୁରେ ମୁଁ ବହୁତ ଦୂରରୁ ଆସିଛି। ପୋଷାକ ବଦଳାଇବାର କୌଣସି ସୁବିଧା ନାହିଁ।’
ବାପାଙ୍କ ଏଭଳି ଅନୁରୋଧ ସତ୍ତ୍ବେ ସୁରକ୍ଷାକର୍ମୀମାନେ ଆମକୁ ପ୍ରବେଶ କରାଇ ଦେଇ ନଥିଲେ। କହିଥିଲେ ଯଦି ମଲରେ ପ୍ରବେଶ କରିବାକୁ ଚାହୁଁଛନ୍ତି ତେବେ ପ୍ୟାଣ୍ଟ ପିନ୍ଧିବାକୁ ପଡ଼ିବ।
I LIVE IN INDIA, A COUNTRY WHICH DISPLAYS UNITY IN DIVERSITY AND RESPECTS ALL RELIGIONS AND PRACTICES. BUT A MALL IN BENGALURU HAS BROUGHT US ALL TO SHAME.
Bengaluru's GT Mall denies entry to man wearing a traditional attire (dhoti kurta).
The man and his son had come to visit… pic.twitter.com/EuyvpzUiX4
— Vani Mehrotra (@vani_mehrotra) July 17, 2024
ଖବର ଲେଖାହେଲା ପର୍ଯ୍ୟନ୍ତ ମଲ୍ ପରିଚାଳକ ଏହି ଘଟଣାକୁ ନେଇ କୌଣସି ପ୍ରକାର ପ୍ରତିକ୍ରିୟା ଦେଇନାହାନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ଉକ୍ତ ମଲ ଓ ସୁରକ୍ଷାକର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବୃଦ୍ଧଙ୍କୁ କ୍ଷତି ପୁରଣ ଦେବାକୁ ଦାବି କରିଛନ୍ତି।