ଇନ୍ଦୋର: ସୋମବାର ମଧ୍ୟପ୍ରଦେଶର ଇନ୍ଦୋରରେ ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ସ୍ୱାଗତ କରିବା ପାଇଁ ମଞ୍ଚରେ ଦଳର ଜଣେ ନେତା ତାଙ୍କୁ ଫୁଲହୀନ ତୋଡ଼ା ପ୍ରଦାନ କରିଥିଲେ। ଏହି ଘଟଣାର ଭିଡିଓକୁ ବିଜେପି ନେତା ରାକେଶ ତ୍ରିପାଠୀ ସେୟାର କରି ଏହାକୁ ଏକ ଫୁଲତୋଡ଼ା ଦୁର୍ନୀତି ବୋଲି କହିଛନ୍ତି। ମଧ୍ୟପ୍ରଦେଶରେ ନଭେମ୍ବର ୧୭ରେ ବିଧାନସଭା ନିର୍ବାଚନ ହେବ ଏବଂ ଡିସେମ୍ବର ୩ରେ ଫଳାଫଳ ପ୍ରକାଶ ପାଇବ।
ସୂଚନାଯୋଗ୍ୟ, ପ୍ରିୟଙ୍କା ଗାନ୍ଧି ମଞ୍ଚରେ ପହଞ୍ଚିବା ପରେ କଂଗ୍ରେସ ନେତାମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଏହି ପ୍ରକ୍ରିୟାରେ ଜଣେ ନେତା ତାଙ୍କୁ ଏକ ଫୁଲ ନ ଥିବା ତୋଡ଼ା ପ୍ରଦାନ କରିଥିଲେ, ଯାହାକୁ ପ୍ରିୟଙ୍କା ନିଜେ ଦେଖାଇ ହସିଥିଲେ। ଏହି ଘଟଣା ମଞ୍ଚରେ ଥିବା ଅନ୍ୟ ନେତାମାନଙ୍କୁ ମଧ୍ୟ ହସର ଖୋରାକ ଯୋଗାଇଥିଲା, ଯାହାର ଭିଡିଓକୁ ବିଜେପି ନେତା ସେୟାର କରିଥିଲେ। ବିଜେପିର ରାକେଶ ତ୍ରିପାଠୀ ଏହି ଘଟଣାକୁ ଏକ ଫୁଲତୋଡ଼ା ଦୁର୍ନୀତି ବୋଲି କହି କଂଗ୍ରେସକୁ ସମାଲୋଚନା କରିଛନ୍ତି। ‘ଫୁଲତୋଡ଼ା ଦୁର୍ନୀତି। ଫୁଲତୋଡ଼ାରୁ ଅଦୃଶ୍ୟ ହୋଇଗଲା ଫୁଲ...’ ବୋଲି ସେ ଏକ୍ସରେ ଘଟଣାର ଭିଡିଓ ସେୟାର କରିବା ସହ ଲେଖିଛନ୍ତି।