ସୋସିଆଲ ମିଡିଆରେ ନିର୍ବାଚନ ପ୍ରଚାର ଉପରେ ଅଙ୍କୁଶ ଲଗାଇଲେ ନିର୍ବାଚନ କମିଶନ ! ବିଜ୍ଞାପନ ପାଇଁ ରାଜନୈତିକ ଦଳଙ୍କୁ ନେବାକୁ ପଡ଼ିବ ଅନୁମତି

ନୂଆଦିଲ୍ଲୀ : ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକ ବିଭିନ୍ନ ମାଧ୍ୟମରେ ନିଜ ନିଜ ପ୍ରଚାର କରିଥାନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ସୋସିଆଲ ମିଡିଆ ପ୍ରଚାରର ପ୍ରମୁଖ ମାଧ୍ୟମ ପାଲଟିଥଲା। ଆଗାମୀ ବିଧାନସଭା ନିର୍ବାଚନରେ ରାଜନୈତିକ ଦଳ କିମ୍ବା ଆଶାୟୀ ପ୍ରାର୍ଥୀ ସୋସିଆଲ ମିଡିଆର ଉପଯୋଗ ପ୍ରଚାର ପାଇଁ କରିପାରିବେ ନାହିଁ । ଏଥିପାଇଁ ଭାରତୀୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଜାରି କରିଛି । ଯଦି କୌଣସି ଆଶାୟୀ ପ୍ରାର୍ଥୀ କିମ୍ବା ରାଜନୈତିକ ଦଳ ସୋସିଆଲ ମିଡିଆରେ ବିଜ୍ଞାପନ ପ୍ରକାଶିତ କରିବା ପାଇଁ ଚାହୁଁଛନ୍ତି ତେବେ ଏଥିପାଇଁ ତାଙ୍କୁ ଜିଲ୍ଲା ସ୍ତରୀୟ ମିଡିଆ ପର୍ଯ୍ୟବେକ୍ଷକ ସମିତି ଠାରୁ ପ୍ରି-ସାର୍ଟିଫିକେଟ ନେବା ପାଇଁ ପଡିବ । ଏହି ନିୟମ ଇ-ପେପରରେ ମଧ୍ୟ ଲାଗୁ ହେବ ।

World Atlas

ଆଶାୟୀପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଦାଖଲ କରିବା ସମୟରେ ଫର୍ମ ନଂ ୨୬ରେ ନିଜ ମୋବାଇଲ, ଇମେଲ୍ ଏବଂ ସୋସିଆଲ ସାଇଟ ଆକାଉଣ୍ଟ ସମ୍ବନ୍ଧରେ ସୂଚନା ଦେବା ପାଇଁ ପଡିବ । ଭାରତୀୟ ନିର୍ବାଚନ ଆୟୋଗର ନିର୍ଦ୍ଦେଶ ଅନୁସାରେ, ଜିଲ୍ଲା ନିର୍ବାଚନ ବିଭାଗ ରାଜନୈତିକ ଦଳ ଏବଂ ଆଶାୟୀମାନଙ୍କୁ ସୋସିଆଲ ମିଡିଆର ଉପଯୋଗକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ନିର୍ଦ୍ଦେଶ ଅନୁଯାୟୀ, ରାଜନୈତିକ ଦଳ ଏବଂ ଆଶାୟୀପ୍ରାର୍ଥୀ ମାନଙ୍କୁ ସୋସିଆଲ ମିଡିଆରେ ବିଜ୍ଞାପନ ଦେବା ପାଇଁ ହେଲେ ଅନୁମତି ନେବା ପାଇଁ ପଡିବ । କେବଳ ଏତିକି ନୁହେଁ ନିର୍ବାଚନ ସମ୍ବନ୍ଧୀୟ ଏସଏମଏସ ପଠାଇବାରେ ମଧ୍ୟ ରାଜନୈତିକ ଦଳ ଗୁଡିକ ଉପରେ ପ୍ରତିବନ୍ଧକ ଲାଗିବ ।

ସମ୍ବନ୍ଧିତ ଖବର