ସୁମେରପୁର: ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷଦିନ ଥିଲା। ଆଜି ଏଥିପାଇଁ ରାଜ୍ୟରେ ବିଜେପି ସମେତ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଅଭିଯାନ ବ୍ୟାପକ କରାଯାଇଛି। ତେବେ ଅଗସ୍ତା ୱେଷ୍ଟଲାଣ୍ଡ ହେଲିକପ୍ଟର କାରବାରର ଅନ୍ୟତମ ଅଭିଯୁକ୍ତ ଖ୍ରୀଷ୍ଟିଆନ୍ ମାଇକେଲ୍ଙ୍କୁ ନେଇ ରାଜନୀତି ହୋଇଛି। ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ସୁମେରପୁରରେ ଏକ ଜନସମାବେଶରେ କଂଗ୍ରେସକୁ ଆକ୍ରମଣ କରିଛନ୍ତି। ନ୍ୟାସ୍ନାଲ୍ ହେରାଲ୍ଡ ଏବଂ ଅଗସ୍ତା ୱେଷ୍ଟଲାଣ୍ଡ ଭଳି ମାମଲାରେ ଦଳକୁ ସମାଲୋଚନା କରିଛନ୍ତି। ମୋଦୀ କହିଛନ୍ତି, ଅଗସ୍ତା ୱେଷ୍ଟଲାଣ୍ଡ ମାମଲାର ଅନ୍ୟତମ ପ୍ରମୁଖ ଅଭିଯୁକ୍ତ ଖ୍ରୀଷ୍ଟିଆନ୍ ମାଇକେଲ୍ଙ୍କୁ ଗିରଫ କରାଯାଇଛି। ତାଙ୍କ ମୁହଁରୁ ଏବେ ଅନେକ ଗୁମର ଖୋଲିବାକୁ ଯାଉଛି। ତେବେ ଏଥିରେ କାହା କାହା ନାମ ଆସିବ ତାହା ଦେଖିବାକୁ ବାକି ରହିଲା। ସେ କହିଛନ୍ତି, ମୋଦୀ ସରକାର ଦୁବାଇରୁ ‘ନାମ୍ଦାର’ (ଗାନ୍ଧୀ ପରିବାର)ଙ୍କ ରାଜ୍ଦାର (ଖ୍ରୀଷ୍ଟିଆନ୍ ମାଇକେଲ୍)ଙ୍କୁ ପ୍ରତ୍ୟର୍ପଣ କରି ଆଣିବାରେ ସଫଳ ହୋଇଛନ୍ତି। ତାଙ୍କ ମୁହଁରୁ ସିବିଆଇ ଅଧିକାରୀମାନେ ପ୍ରକୃତ ଘଟଣାର ପର୍ଦ୍ଦାଫାସ କରିବେ। ମାଇକେଲ୍ କେଉଁସବୁ ଲୋକଙ୍କୁ ନିଜ ପକ୍ଷକୁ ନେଇ ଅଗସ୍ତା ୱେଷ୍ଟଲାଣ୍ଡ କାରବାର ଚୁକ୍ତିକୁ ସଫଳ କରିବା ପାଇଁ ଚେଷ୍ଟା କରିଥିଲେ, ତାହା ପର୍ଦ୍ଦାଫାସ ହେବ। ମୋଦୀ କହିଛନ୍ତି, ଅଗସ୍ତା ୱେଷ୍ଟଲାଣ୍ଡ ମାମଲା ସମ୍ପର୍କିତ ଫାଇଲ୍ଗୁଡ଼ିକ କେଉଁଆଡ଼େ ଉଭାନ୍ ହୋଇଯାଇଥିଲା। ସରକାର ତାହାକୁ ଖୋଜି ଖୋଜି ନିରାଶ ହୋଇପଡ଼ିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ନେତାମାନେ ଏ ନେଇ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଘେରିବା ପାଇଁ ବିଜେପି ମାଇକେଲ୍ଙ୍କୁ ନେଇ ରାଜନୀତି କରୁଛି ବୋଲି ଦଳୀୟ ନେତାମାନେ ଦର୍ଶାଇଛନ୍ତି।
ନିର୍ବାଚନୀ ପ୍ରଚାରର ଶେଷଦିନ, ମାଇକେଲ୍ଙ୍କୁ ନେଇ ରାଜନୀତି
କାହା ନାମ ଆସିବ, ଅପେକ୍ଷା: ମୋଦୀ, ରାଜନୀତି କରୁଛି ବିଜେପି: କଂଗ୍ରେସ
/sambad/media/post_attachments/wp-content/uploads/2018/12/modi-7596.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)