ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୁର୍ବରୁ ଇଭିଏମ୍ ଏବଂ ନିର୍ବାଚନ ପ୍ରକ୍ରିୟାକୁ ନେଇ ଇଣ୍ଟରନେଟ୍ ମିଡିଆର ଅପପ୍ରଚାର ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଆୟୋଗ ଯୋଜନା ପ୍ରସ୍ତୁତ କରୁଥିବା ସୂତ୍ରରୁ ଜଣାପଡ଼ିଛି। ଆୟୋଗ ପକ୍ଷରୁ ଯେଉଁ ଯୋଜନା ପ୍ରସ୍ତୁତ କରାଯାଇଛି ତାହା ଅନ୍ତର୍ଗତ ଇଣ୍ଟରନେଟ ମିଡିଆରେ ଇଭିଏମ୍ ସହିତ ନିର୍ବାଚନ ଭରସାକୁ ଭାଙ୍ଗିଥିବା ସମସ୍ତ ଭ୍ରମାତ୍ମକ ଓ ଅସତ୍ୟ ବାର୍ତ୍ତାର ସତ୍ୟତା ଆୟୋଗଙ୍କ ଦ୍ବାରା ଯାଞ୍ଚ କରାଯିବ। ଯାହା ଦ୍ବାରା ଏସବୁ ବାର୍ତ୍ତା ଓ ପୋଷ୍ଟ୍କୁ ଦେଖି ଅନ୍ୟମାନେ ଭ୍ରମିତ ହେବେନାହିଁ। ଏଥି ସହିତ ଭାରତୀୟ ନିର୍ବାଚନ ଆୟୋଗ ଭ୍ରମାତ୍ମକ ଓ ଅସତ୍ୟ ଜଡ଼ିତ ଭିଡିଓ ପୋଷ୍ଟ ପାଇଁ ଡିସକ୍ଲେମର ମଧ୍ୟ ଜାରି କରିବାର ଯୋଜନା କରୁଛି। କେବଳ ଏତିକି ନୁହେଁ ନିର୍ବାଚନ ପ୍ରକ୍ରିୟା ଓ ଇଭିଏମ୍ ବିରୁଦ୍ଧରେ ଜାଲିଆତି କରି ଅପପ୍ରଚାର କରୁଥିବା ଇଣ୍ଟରନେଟ ମିଡିଆ ଆକଉଣ୍ଟସ୍କୁ ମଧ୍ୟ ବନ୍ଦ କରିବା ପାଇଁ ଯୋଜନା ହେଉଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଅପପ୍ରଚାର କରୁ୍ଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ମଧ୍ୟ ସମ୍ଭାବନା ରହିଛି।
ଆୟୋଗଙ୍କ ଛବିକୁ ମଳିନ କରିବା ବ୍ୟକ୍ତିଙ୍କ ବିରୋଧରେ ଆଇଟି ଓ ଆଇପିସି ଅନ୍ତର୍ଗତ ମାମଲା ରୁଜୁ କରାଯିବାର ମଧ୍ୟ ଯୋଜନା ରହିଛି। ଏଥି ସହିତ ୨୦୨୪ ସାଧାରଣ ନିର୍ବାଚନର ପ୍ରସ୍ତୁତି ଅନ୍ତର୍ଗତ ଆୟୋଗ ନାଗରିକମାନଙ୍କୁ ମତଦାନ ପ୍ରକ୍ରିୟା ଏବଂ ଏଥିରେ ବ୍ୟବହାର ହେବା ଇଭିଏମ୍ ଓ ଭିଭିପାଟ୍ର କାର୍ଯ୍ୟପ୍ରଣାଳୀକୁ ଅବଗତ କରାଇବା ପାଇଁ ଦେଶବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବାର ଖସଡା ପ୍ରସ୍ତୁତ କରିଛନ୍ତି। ଓଡ଼ିଶା ସମେତ ଦେଶର ୩୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ(ନିକଟରେ ବିଧାନସଭା ନିର୍ବାଚନ ସଂପନ୍ନ ହୋଇଥିବା ୫ ରାଜ୍ୟକୁ ବାଦଦେଇ) ୬୧୩ଟି ଜିଲ୍ଲାର ତିନି ହଜାର ୪୬୪ ବିଧାନସଭା କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସଚେତନତା କାର୍ଯ୍ୟକ୍ରମରେ ଭୋଟଦାତାଙ୍କୁ ଇଭିଏମ୍ ଓ ଭୋଟର ଭେରିଫାଏବଲ ପେପର ଅଡିଟ୍ ଟ୍ରୋଲ(ଭିଭିପାଟ୍) ସଂପର୍କରେ ସଚେତନତା କରାଯାଉଛି। ଏହି କାର୍ଯ୍ୟକ୍ରମ ଅର୍ନ୍ତଗତ ଇଭିଏମ୍, ଭିଭିପାଟ୍, ଭୋଟଦାନ ପର୍ଯ୍ୟାୟ ତଥା ଭୋଟରଙ୍କ ସତ୍ୟାପନ ପ୍ରକ୍ରିୟା ସଂପର୍କରେ ପ୍ରତ୍ୟକ୍ଷ ବିବରଣୀ ପ୍ରଦାନ କରାଯାଉଛି। ଆୟୋଗଙ୍କ ସୂତ୍ର ଅନୁସାରେ ଭୋଟଦାତାଙ୍କ ସମସ୍ତ ସନ୍ଦେହ ଦୂର କରିବା ପାଇଁ ଆୟୋଗଙ୍କ ଦ୍ବାରା ଏଭଳି ପ୍ରୟାସ କରାଯାଉଛି। ନିର୍ବାଚନ ଆୟୋଗଙ୍କ ନିକଟରେ ଇଭିଏମ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ସହିତ ପ୍ରଶିକ୍ଷଣ ଏବଂ ସଚେତନତା ପାଇଁ ଏକ ଏସ୍ଓପି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Election-Commission-of-India-1.jpg)