ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ବାହାରିବା ପରେ ପରେ ଭାରତୀୟ ନିର୍ବାଚନ କମିସନ ଆଦର୍ଶ ଆଚରଣ ବିଧିକୁ ହଟାଇ ଦେଇଛନ୍ତି। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା, ସିକିମ୍ରେ ଜାରି କରଯାଇଥିବା ଆଦର୍ଶ ଅଚରଣ ବିଧିକୁ ହଟାଇ ଦେଇଛନ୍ତି ନିର୍ବାଚନ କମିସନ।
ନିର୍ବାଚନ କମିସନ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବା ପରେ ମାର୍ଚ ୧୦ ତାରିଖରେ ଦେଶରେ ଅଦର୍ଶ ଆଚରଣ ବିଧି ଲଗାଯାଇଥିଲା। ଏହା ପରେ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକରେ ମଧ୍ୟ ଏହି ଆରଚଣ ବିଧି ଲଗାଇଥିଲେ ନିର୍ବାଚନ କମିସନ।
ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଦେଶରେ ଏପ୍ରିଲ୍ ୧୧ରୁ ନିର୍ବାଚନ ଆରମ୍ଭ ହୋଇ ମେ ୧୯ରେ ଶେଷ ହୋଇଥିଲା। ସମୁଦାୟ ସପ୍ତମ ପର୍ଯ୍ୟାୟରେ ନିର୍ବାଚନ ସମାପ୍ତ ହୋଇଛି। ଏହି ଐତିହାସିକ ନିର୍ବାଚନର ଫଳାଫଳ ମେ ୨୩ ତାରିଖରେ ବାହାରି ଯାଇଛି। ପୁଣି ଥରେ ବିଜେପି ନେତୃତ୍ୱାଧ୍ୱିନ ଏନ୍ଡିଏକୁ ମିଳିଛି ଶାସନ କ୍ଷମତା। ନିର୍ବାଚନୀ ଫଳାଫଳ ବାହାରିବା ପରେ ଆଚରଣ ବିଧିକୁ ହଟାଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/election-commission-of-india-784x441.jpg)