ମୁମ୍ବାଇ : ମହାରାଷ୍ଟ୍ରରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ବିଭାଜନ ପରେ ଶରଦ ପାୱାର ଏବଂ ତାଙ୍କ ପୁତୁରା ଅଜିତ ପାୱାରଙ୍କ ମଧ୍ୟରେ ରାଜନୈତିକ ବିବାଦ ଜାରି ରହିଛି । ଉଭୟ ଶିବିର ନିଜକୁ ପ୍ରକୃତ ଏନସିପି ବୋଲି ଦାବି କରି ଦଳର ନାମ ଓ ଚିହ୍ନ ଦାବି କରୁଛନ୍ତି। ଅଜିତ ପାୱାର ଗୋଷ୍ଠୀ ଏନସିପି ଦାବି କରି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଜିତ ପାୱାରଙ୍କ ଆବେଦନ ଉପରେ ନିର୍ବାଚନ ଆୟୋଗ ଏବେ ଶରଦ ପାୱାର ଗୋଷ୍ଠୀକୁ ନୋଟିସ ଜାରି କରି ତାଙ୍କ ଦାବି ଉପରେ ଜବାବ ମାଗିଛନ୍ତି ।
ସୂଚନାଯୋଗ୍ୟ ଯେ, ଅଜିତ ପାୱାର ଏନସିପି ପ୍ରତିଷ୍ଠାତା ଏବଂ ତାଙ୍କ କାକା ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ କରି ରାଜ୍ୟର ଏକନାଥ ସିନ୍ଦେ ସରକାରରେ ଯୋଗ ଦେଇଛନ୍ତି । ଅଜିତ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ତାଙ୍କ ସହ ଥିବା ୮ ଜଣ ଏନସିପି ବିଧାୟକଙ୍କୁ ମନ୍ତ୍ରୀ କରାଯାଇଛି । ଏହାପରେ ଅଜିତ ପାୱାର ୪୦ ବିଧାୟକଙ୍କ ସମର୍ଥନ ଦାବି କରିଥିଲେ ଏବଂ ତାଙ୍କ ଗୋଷ୍ଠୀକୁ ପ୍ରକୃତ ଏନସିପି ବୋଲି ବର୍ଣ୍ଣନା କରିଥିଲେ।
ଏହାପରେ ଶରଦ ପାୱାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମହାରାଷ୍ଟ୍ର କ୍ୟାବିନେଟରେ ଶପଥ ନେଇଥିବା ଅଜିତ ପାୱାରଙ୍କ ସମେତ ଏନସିପିର ୯ ବିଧାୟକ ଏବଂ ଦୁଇ ସାଂସଦଙ୍କ ବିରୋଧରେ ଅଯୋଗ୍ୟ ଘୋଷଣା ନୋଟିସ ଜାରି କରିଥିଲେ। ଏହା ସହ ଅଜିତ ଗୋଷ୍ଠୀ ସହ ଯାଇଥିବା ଦଳୀୟ କର୍ମକର୍ତ୍ତାମାନଙ୍କୁ ମଧ୍ୟ ବହିଷ୍କାର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/sharad-pawar.jpg)