ନୂଆଦିଲ୍ଲୀ: ଖୁବଶୀଘ୍ର ନିର୍ବାଚନ ତାରିଖ ଘୋଷଣା କରିବାକୁ ଯାଉଛନ୍ତି ନିର୍ବାଚନ କମିସନ । ସୁତ୍ରରୁ ଅନୁସାରେ ଏପ୍ରିଲ ଓ ମେ ମାସରେ ୭ରୁ ୮ଟି ପର୍ଯ୍ୟାୟରେ ହେବାକୁ ଥିବା ଲୋକସଭା ନିର୍ବାଚନ କେଉଁ ତାରିଖରେ ହେବ ସେ ନେଇ ଘୋଷଣା କରିବେ କମିସନ । ତେବେ ଲୋକସଭା ନିର୍ବାଚନ ସହିତ ଆନ୍ଧ୍ରପ୍ରଦେଶ, ଓଡିିଶା , ସିକିମ, ଏବଂ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାର ଅଛି । ତେଣୁ ଏକା ସଙ୍ଗରେ ଏସବୁ ରାଜ୍ୟରେ ନିର୍ବାଚନ କରିବା ପାଇଁ ଘୋଷଣା କରିପାରନ୍ତି ନିର୍ବାଚନ କମିସନ।
ସପ୍ତଦଶ ଲୋକସଭା ନିର୍ବାଚନ ତାରିଖ ସ୍ଥିର କରିବା ପାଇଁ ପୋଲ ପାନେଲର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସପ୍ତାହ ଶେଷରେ କିମ୍ବା ଆଗାମୀ ସପ୍ତାହରେ ଘୋଷଣା ହେବ ତାରିଖ । ଜୁନ ୫ ତାରିଖରେ ଚଳିତ ଲୋକସଭାର ସମୟ ସୀମା ଶେଷ ହେଉଥିବାରୁ ଏବେ ଅପେକ୍ଷା ରହିଛି ତାରିଖ ଘୋଷଣାକୁ। ନିର୍ବାଚନ କମିସନଙ୍କ ବରିଷ୍ଠ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ମୁତାବକ କେଉଁ ଦିନ ବି ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ଆସନ୍ତା ମଙ୍ଗଳବାର ସୁଦ୍ଧା ଏହି ତାରିଖ ଘୋଷଣା ହେବାର ସୂଚନା ମିଳିଛି । ମାର୍ଚ୍ଚ ମାସ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ନୋଟିସ ଜାରି ହୋଇପାରେ । ମିଳିଥିବା ସୂଚନା ଅନୁସାରେ ଏପ୍ରିଲ ମାସ ପ୍ରଥମ ସପ୍ତାହରେ ହୋଇପାରେ ଲୋକସଭା ନିର୍ବାଚନ।
ତେବେ ଲୋକସଭା ନିର୍ବାଚନ ସହିତ ଆନ୍ଧ୍ରପ୍ରଦେଶ, ଓଡିିଶା,ସିକିମ ଏବଂ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାର ଅଛି । ତେଣୁ ଏକା ସଙ୍ଗରେ ଏସବୁ ରାଜ୍ୟରେ ନିର୍ବାଚନ କରିବା ପାଇଁ ଘୋଷଣା କରିପାରନ୍ତି ନିର୍ବାଚନ କମିସନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/Election-commission-of-India.jpg)