‘ପିଏମ୍‌ ନରେନ୍ଦ୍ର ମୋଦୀ’ ଫିଲ୍ମର ନିର୍ମାତାଙ୍କୁ ନୋଟିସ୍‌ ଜାରି କରିଛନ୍ତି ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦୀ’ ଫିଲ୍ମର ରିଲିଜ୍ ତାରିଖକୁ ନେଇ ଆପତ୍ତି ଉଠାଇଥିବା ଦେଖା ଯାଇଛି । ଏସଂପର୍କରେ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ରଣବୀର ସିଂହ ସିନେମାର ନିର୍ମାତା ଏବଂ ନିର୍ଦ୍ଦେଶକଙ୍କୁ ନୋଟିସ୍‌ ଜାରି କରିଥିବା କହିଛନ୍ତି।ଏଠାରେ ସୂଚନାଯୋଗ୍ୟ ଯେ କଂଗ୍ରେସ ଏ ନେଇ କଂଗ୍ରେସ  ଗତକାଲି ନିର୍ବାଚନ କମିସନ ଆଗରେ ମଧ୍ୟ ଅଭିଯୋଗ କରିଛି ବୋଲି ଜଣାପଡ଼ିଛି । ଆସନ୍ତା ଏପ୍ରିଲ ୫ରେ ଫିଲ୍ମ ରିଲିଜ୍ ହେବାକୁ ଥିବା ବେଳେ ଏ ନେଇ କଂଗ୍ରେସ ନେତା ନିର୍ବାଚନ ଆୟୋଗର ଅଧିକାରୀଙ୍କୁ ଭେଟିଲେ ବୋଲି ସାମ୍ନାକୁ ଆସିଛି ।

phot- ndtv

ନିର୍ବାଚନର ତାରିଖ ଘୋଷଣା ହେବା ପରେ ଏହି ଫିଲ୍ମର ପ୍ରଦର୍ଶନ ହେବା ନିର୍ବାଚନର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି କହି କଂଗ୍ରେସର ୩ସଦସ୍ୟ ଦଳ ନିର୍ବାଚନ ଅୟୋଗକୁ ଭେଟିଥିଲେ । ୩ ସଦସ୍ୟ ଦଳରେ କଂଗ୍ରେସ ପ୍ରବକ୍ତା ରଣଦୀପ୍ ସିଂହ ସୁରଜେଓ୍ଵାଲା, କପିଲ ସିବଲ୍ ଏବଂ ଅଭିଷେକ ମନ୍ନୁ ସିଙ୍ଘବୀ ସାମିଲ ଥିଲେ । ଏହା ପୂର୍ବରୁ ମହାରାଷ୍ଟ୍ର ନବନିର୍ମାଣ ସେନା ଏହି ଫିଲ୍ମକୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ବୋଲି କହି ରାଜ୍ୟରେ ରିଲିଜ୍ କରାଇ ଦିଆଯିବ ନାହିଁ ବୋଲି ଧମକ ଦେଇଥିଲା।

ସମ୍ବନ୍ଧିତ ଖବର