ବିରୋଧୀଙ୍କୁ ଝଟକା: ଇଭିଏମ୍ ସହ ଭିଭିପାଟ୍ ମେଳ କରିବା ପାଇଁ ବିରୋଧୀ ଦଳଙ୍କ ଆବେଦନକୁ ଖାରଜ କଲେ ନିର୍ବାଚନ କମିସନ

ନୂଆଦିଲ୍ଲୀ : ବିରୋଧୀଙ୍କୁ ନିର୍ବାଚନ କମିସନଙ୍କ ଝଟକା । ସମସ୍ତ ଇଭିଏମ ସହ ଭିଭିପାଟ ସ୍ଲିପ ମିଶାଇବା ପାଇଁ ବିରୋଧୀ ଦଳର ଅନୁରୋଧଙ୍କୁ ନିର୍ବାଚନ କମିସନ ଖାରଜ କରିଦେଇଛନ୍ତି । ଦିଲ୍ଲୀରେ ବସିଥିବା ନିର୍ବାଚନ କମିସନଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି । କମିସନ କହିଛନ୍ତି, ବର୍ତମାନ ଦାବି ଉପରେ ଦୃଷ୍ଟି ଦେବା ସମ୍ଭବ ନୁହେଁ । ଗତକାଲି କଂଗ୍ରେସ ସମେତ ୨୨ଟି ଦଳ ନିର୍ବାଚନ କମିସନଙ୍କୁ ଭେଟି ଏହା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଗଣତି ସମୟରେ ଭିଭିପାଟ୍ ସ୍ଲିପ୍ ଶତପ୍ରତିଶତ ଇଭିଏମ୍ ସହିତ ମେଳ ଖୁଆଇବାକୁ ଦାବି କରିଥିଲେ ବିରୋଧୀ ।

ଗଣତି ବେଳେ ସବୁ ପୁଲିଂ ବୁଥର ଇଭିଏମ୍ ସହ ଏହାର ଭିଭିପାଟ୍ ମେଳ ଖୁଆଇବାକୁ ବିରୋଧୀ କହିଥିଲେ । ଏତିକି ବେଳେ ଯଦି କୌଣସି ବି ତ୍ରୁଟି ଦେଖାଗଲା ତେବେ ସେହି ନିର୍ବାଚମଣ୍ଡଳୀର ସମସ୍ତ ଇଭିଏମକୁ ଭିଭିପାଟ୍ ସହିତ ମେଳ ଖୁଆଇବାକୁ ଏହି ଦଳଗୁଡ଼ିକ ଦାବି କରିଥିଲେ। ପୂର୍ବରୁ ଏହି ସମ୍ପର୍କିତ ଏକ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇସାରିଛି । ଏଥିରେ ହସ୍ତକ୍ଷେପ କରିବେନି ବୋଲି ସର୍ବୋଚ୍ଚ ଅଦାଲତ କହିସାରିଛନ୍ତି । ସେପଟେ ନିର୍ବାଚନ କମିସନ ମଧ୍ୟ ବିରୋଧୀ ଆଣିଥିବା ଇଭିଏମ୍ ଟାମ୍ପରିଂ ଅଭିଯୋଗକୁ ଭିତିହୀନ ବୋଲି କହି ଖଣ୍ଡନ କରିସାରିଛନ୍ତି।

ସମ୍ବନ୍ଧିତ ଖବର