ନୂଆଦିଲ୍ଲୀ: ଏକାଧିକ ଥର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବା କାରଣରୁ ଶୁକ୍ରବାର ଦିନ ଭାରତର ନିର୍ବାଚନ କମିସନ୍ ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ୍ ନାଥଙ୍କ ‘ତାରକା ପ୍ରଚାରକ’ ବା ‘ଷ୍ଟାର୍ କ୍ୟାମ୍ପେନର୍’ ପାହ୍ୟା ରଦ୍ଦ କରିଛି।
ମଧ୍ୟପ୍ରଦେଶ ରାଜ୍ୟର ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପ୍ରଚାର ଅଭିଯାନରେ କମଲ୍ ନାଥ ଆଚରଣ ବିଧି ଉଲ୍ଲଂଘନ କରିଥିବା କଥା ନିର୍ବାଚନ କମିସନ୍ କହିଛି। ‘ତାରକା ପ୍ରଚାରକ’ ହେବା ଲଗି କମଲ୍ ନାଥଙ୍କୁ ଅନୁମତି ଦିଆଯିବ ନାହିଁ ବୋଲି ନିର୍ବାଚନ କମିସନ କହିଛନ୍ତି।
Image Courtesy of Zee Newsଜଣେ ପ୍ରାର୍ଥିନୀଙ୍କୁ ‘ଆଇଟମ୍’ କହିଥିବାରୁ କମିସନ୍ ନାଥଙ୍କୁ ସମାଲୋଚନା କରି କହିଛି ଯେ, ମହିଳାଙ୍କ ପ୍ରତି ଏ ଭଳି ଶବ୍ଦ ପ୍ରୟୋଗ କମିସନ୍ ଜାରି କରିଥିବା ଆଚରଣ ବିଧିର ବିରୁଦ୍ଧାଚରଣ କରୁଛି। ଅସନ୍ତୋଷ ବ୍ୟକ୍ତ କରି କମିସନ୍ ଆହୁରି ମଧ୍ୟ କହିଛି ଯେ, ଏକ ରାଜନୈତିକ ଦଳର ନେତା ହୋଇ ମଧ୍ୟ ନାଥ ବାରମ୍ବାର ଆଦର୍ଶ ଆଚରଣ ବିଧି ଏବଂ ନୈତିକ ତଥା ଶିଷ୍ଟ ଆଚରଣ ଉଲ୍ଲଂଘନ କରୁଛନ୍ତି।
କମିସନ୍ ଆହୁରି ମଧ୍ୟ କହିଛି ଯେ, ସମ୍ପ୍ରତି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ସିଂହ ଚୌହାନଙ୍କ ପ୍ରତି ମଧ୍ୟ ନାଥ ‘ମାଫିଆ’ ଓ ‘ମିଲାୱଟ୍ଖୋର୍’ ଭଳି ଶବ୍ଦ ପ୍ରୟୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/k-nath.jpg)