ନନ୍ଦୀଗ୍ରାମରେ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଷଡ଼ଯନ୍ତ୍ର ନୁହେଁ: ନିର୍ବାଚନ କମିସନ୍‌

ନୂଆଦିଲ୍ଲୀ: ଅଳ୍ପ ଦିନ ତଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଷଡ଼ଯନ୍ତ୍ର ନୁହେଁ ବୋଲି ରବିବାର ଦିନ ଭାରତର ନିର୍ବାଚନ କମିସନ୍‌ କହିଛନ୍ତି।

ଆକ୍ରମଣ ଯୋଗୁଁ ଗୋଡ଼, ଅଣ୍ଟା ଓ ବେକରେ ଆଘାତ ପାଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଶୁକ୍ରବାର ଦିନ ଡାକ୍ତରଖାନାରୁ ‘ଡିସଚାର୍ଜ’ କରାଯାଇଥିଲା। ଗତ ବୁଧବାର ଦିନ ନନ୍ଦୀଗ୍ରାମ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ପ୍ରାର୍ଥୀପତ୍ର ଦାଖଲ କରିବା କିଛି ଘଣ୍ଟା ପରେ ଚାରିପାଞ୍ଚଜଣ ଲୋକ ତାଙ୍କୁ ଆକ୍ରମଣ କରିଥିଲେ ବୋଲି ବାନାର୍ଜୀ କହିଥିଲେ।

ସଦ୍ୟତମ ସୂଚନା ଅନୁସାରେ, ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହ୍ଵିଲ୍‌ଚେୟାର୍‌ରେ ବସି କୋଲ୍‌କାତାର ଗାନ୍ଧୀମୂର୍ତ୍ତିରୁ ହାଜରା ପର୍ଯ୍ୟନ୍ତ ହେବାକୁ ଥିବା ରୋଡ୍‌ସୋ’ରେ ଭାଗନେବେ। ସେଥିପାଇଁ ଗାନ୍ଧୀମୂର୍ତ୍ତିରେ ତାଙ୍କ ପାଇଁ ର‍୍ୟାମ୍ପ୍‌ ଥିବା ସ୍ୱତନ୍ତ୍ର ମଞ୍ଚ ପ୍ରସ୍ତୁତି କରାଯାଉଛି। ମଞ୍ଚ ନିର୍ମାଣସ୍ଥଳରେ ପୁଲିସ କର୍ମଚାରୀମାନଙ୍କୁ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର