ବିହାର ବିଧାନସଭା ନିର୍ବାଚନ ପରିଚାଳନାକୁ ନେଇ ଚିନ୍ତାରେ ନିର୍ବାଚନ କମିସନ; ଭୋଟର ଓ ରାଜନୈତିକ ଦଳମାନଙ୍କ ମତାମତ ଲୋଡ଼ିଲା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଥିବା ବେଳେ ଆଗକୁ ଥିବା ନିର୍ବାଚନଗୁଡ଼ିକ କିପରି ଆୟୋଜନ କରାଯିବ ତାହାକୁ ନେଇ ଭାରତୀୟ ନିର୍ବାଚନ କମିସନ ଚିନ୍ତାରେ ରହିଛି । ଭୋଟ ଗ୍ରହଣକୁ ସାମାଜିକ ଦୂରତ୍ୱ ପାଳନ କରି ଆୟୋଜନ କରାଯାଇପାରିବ, କିନ୍ତୁ ସବୁଠାରୁ ବଡ଼ ସମସ୍ୟା ହେଲା ନିର୍ବାଚନ ପ୍ରଚାର କିପରି ହେବ ? କରୋନା କାଳରେ ରାଜନୈତିକ ଦଳମାନେ ଆୟୋଜନ କରୁଥିବା ନିର୍ବାଚନ ର‍୍ୟାଲି, ସଭା, ରୋଡସୋ ଆଦି କିପରି ଆୟୋଜନ ହେବ ?

ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ ଜନସାଧାରଣ ଓ ରାଜନୈତିକ ଦଳମାନଙ୍କ ମତାମତ ମାଗିଛନ୍ତି । ଲୋକମାନେ ଓ ରାଜନୈତିକ ଦଳମାନେ ଆସନ୍ତା ଜୁଲାଇ ୩୧ ସୁଦ୍ଧା ନିଜର ମତାମତ ଦେଇପାରିବେ ।

ଆଗକୁ ଦେଶରେ ବିହାର ପରି ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ନିର୍ବାଚନ ରହିଛି । ବିହାର ଏକ ଜନବହୁଳ ରାଜ୍ୟ ହୋଇଥିବାରୁ ନିର୍ବାଚନ ଆୟୋଜନ ନେଇ କମିସନ ଚିନ୍ତାରେ ପଡ଼ିଯାଇଛି ।

ଗତକାଲି କମିସନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ବିହାର ନିର୍ବାଚନରେ ୬୫ ବର୍ଷରୁ ଅଧିକ ବୟସର ଲୋକମାନଙ୍କ ପାଇଁ ପୋଷ୍ଟାଲ ବାଲାଟ ବ୍ୟବସ୍ଥାକୁ ଉଠାଇଦେଇଥିଲା । କରୋନା ନିୟମାବଳୀ ପାଳନ, କମ ଜନସମ୍ବଳ ଓ ଲଜିଷ୍ଟିକ୍ସ ସମସ୍ୟା ଯୋଗୁଁ କମିଶନ ଏହି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛି ।

ସମ୍ବନ୍ଧିତ ଖବର