ନୂଆଦିଲ୍ଲୀ: ଆଜି ଅପରାହ୍ଣ ୩ଟା ବେଳେ ସାମ୍ବାଦିକ ସମ୍ମିଳନୀ ଡକାଇ ନିର୍ବାଚନ କମିସନ୍‌ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରିବ।

Advertisment

ସୂଚନାଯୋଗ୍ୟ, ଜୁଲାଇ ୨୫ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଛି।

ସଂସଦର ଉଭୟ ଗୃହର ନିର୍ବାଚିତ ସଦସ୍ୟ, ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡ୍ଡୁଚେର ସମେତ ସମସ୍ତ ରାଜ୍ୟ ବିଧାନସଭାର ସଦସ୍ୟମାନଙ୍କୁ ନେଇ ଗଠିତ ‘ଇଲେକ୍ଟୋରାଲ୍‌ କଲେଜ୍‌’ର ସଦସ୍ୟମାନଙ୍କଦ୍ବାରା ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି।

publive-image Image Courtesy of The New Indian Express

ଇଲେକ୍ଟୋରାଲ୍‌ କଲେଜ୍‌ରେ ରାଜ୍ୟସଭା ଏବଂ ଲୋକସଭା କିଂବା ରାଜ୍ୟ ବିଧାନସଭାର ମନୋନିତ ସଦସ୍ୟମାନେ ଅନ୍ତର୍ଭୁକ୍ତ ହେବାର ଯୋଗ୍ୟତା ନ ଥିବାରୁ ସେମାନେ ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରିନ୍ତି ନାହିଁ।

ସେହିପରି, ବିଧାନ ପରିଷଦ୍‌ର ସଦସ୍ୟମାନେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍‌ ଦିଅନ୍ତି ନାହିଁ।

ସ୍ମରଣଯୋଗ୍ୟ, ୨୦୧୭ରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୭ ତାରିଖରେ ଅନୁଷ୍ଠିତ ହୋଇଥିଲା ଏବଂ ଜୁଲାଇ୨୦ରେ ଭୋଟ୍‌ ଗଣନା କରାଯାଇଥିଲା।