ନୂଆଦିଲ୍ଲୀ: ଆସନ୍ତା ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଦେଶର ସାମ୍ପ୍ରତିକ କୋଭିଡ୍‌-୧୯ ପରିସ୍ଥିତି ବିଷୟରେ ଆଲୋଚନା କରିବା ଲାଗି ଆଜି ପୂର୍ବାହ୍ନ ୧୧ଟା ବେଳେ ଭାରତର ନିର୍ବାଚନ କମିସନ୍‌ (ଇସିଆଇ)କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସମେତ ସ୍ବାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିବେ ବୋଲି ‘ଇସିଆଇ’ ସୂତ୍ରରୁ ଜଣାପଡ଼ିଛି।

Advertisment

ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଉତ୍ତର ପ୍ରଦେଶ, ମଣିପୁର, ଉତ୍ତରାଖଣ୍ଡ, ଗୋଆ ଏବଂ ପଞ୍ଜାବରେ ବିଧାନସଭା ନିର୍ବାଚନ କରାଯିବ।

ପ୍ରାପ୍ତ ସୂଚନା ଅନୁସାରେ, କୋଭିଡ୍‌-୧୯ ପରିସ୍ଥିତି ଏବଂ କରୋନାଭାଇରସ୍‌ର ନୂଆ ଭେରିଏଣ୍ଟ୍‌ଓମିକ୍ରନର ଆଗମନ ବିଷୟରେ ନିର୍ବାଚନ କମିସନ୍‌ ଭୂଷଣଙ୍କୁ ସଦ୍ୟତମ ବିବରଣୀ ମାଗି ପାରନ୍ତି।

publive-image Image Courtesy of Zee News

ଏହା ବ୍ୟତିରେକେ, ନିର୍ବାଚନ ପ୍ରଚାର ଅଭିଯାନ, ଭୋଟ୍‌ ଗ୍ରହଣ ଦିନ ଏବଂ ଭୋଟ୍‌ ଗଣନା ଦିନ କୋଭିଡ୍‌-୧୯ ନୀତିନିୟମ କଠୋର କରାଯିବା ସଂକ୍ରାନ୍ତରେ ମଧ୍ୟ କମିସନ୍‌ ଭୂଷଣଙ୍କୁ ପରାମର୍ଶ ମାଗି ପାରନ୍ତି।

ଉଲ୍ଲେଖଯୋଗ୍ୟ, କୋଭିଡ୍‌ ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ୨/୩ ମାସ ଘୁଞ୍ଚାଇ ଦେବା ଲାଗି ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ନିର୍ବାଚନ କମିସନ୍‌କୁ ଅନୁରୋଧ କରିଥିଲେ।

ଏବେ ନିର୍ବାଚନ କରାଇଲେ ପରିସ୍ଥିତି ମହାମାରୀର ଦ୍ବିତୀୟ ଲହର ଭଳି ବେକାବୁ ହୋଇ ପାରେ ବୋଲି ଅଦାଲତ ନିର୍ବାଚନ କମିସନ୍‌କୁ ସତର୍କ କରାଇ ଦେଇଥିଲେ।