ନିର୍ବାଚନ କମିସନଙ୍କ ୱେବ୍‌ସାଇଟ୍‌ ହ୍ୟାକ୍‌: ଜଣେ ଗିରଫ, ନକଲି ପରିଚୟପତ୍ର ଠାବ

ଶାହରନପୁର: ଭାରତର ନିର୍ବାଚନ କମିସନ(ଇସିଆଇ)ଙ୍କ ୱେବ୍‌ସାଇଟ୍‌ ହ୍ୟାକ୍‌ ଅଭିଯୋଗରେ ଉତ୍ତରପ୍ରଦେଶର ଶାହରନପୁର ପୁଲିସ ଜଣେ ଯୁବକକୁ ଗିରଫ କରିଛି। ୱେବ୍‌ସାଇଟ୍‌ ହ୍ୟାକ୍‌ କରିବାର ମାତ୍ର କିଛି ସମୟ ମଧ୍ୟରେ ହଜାର ହଜାର ନକଲି ଭୋଟର୍‌ ପରିଚୟପତ୍ର ତିଆରି କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି। ଗିରଫ ଯୁବକର ନାମ ବିପୁଲ ସୈନି ଏବଂ ସେ ଇସିଆଇ ୱେବ୍‌ସାଇଟ୍‌କୁ ଅଧିକାରୀମାନେ ବ୍ୟବହାର କରୁଥିବା ପାସ୍‌ୱାର୍ଡ ବ୍ୟବହାର କରି ହ୍ୟାକ୍‌ କରିଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶର ହରଦା ଅଂଚଳର ଅରମାନ ମଲିକ୍‌ ନାମକ ଜଣେ ବ୍ୟକ୍ତି ଏହି ହ୍ୟାକିଂ ପାଇଁ ବିୁପଲକୁ ନିୟୋଜିତ କରିଥିବା ଜେରାରୁ ଜଣାପଡ଼ିଛି। ସାଇବର୍‌ ସେଲ୍‌ ଏ ବାବଦରେ ତଦନ୍ତ ଜାରି ରଖିଛି। ନିର୍ବାଚନ କମିସନଙ୍କ ୱେବ୍‌ସାଇଟ୍‌ର ସୁରକ୍ଷା ପାଇଁ କେତେକ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି ।

ସମ୍ବନ୍ଧିତ ଖବର