କୋଲକାତା: ଆସନ୍ତା ମାର୍ଚ୍ଚ ୭ ତାରିଖ ସୁଦ୍ଧା ନିର୍ବାଚନ କମିସନ ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଆସାମ, ପଶ୍ଚିମବଙ୍ଗ, ତାମିଲନାଡ଼ୁ, କେରଳ ଏବଂ ପୁଡ଼ୁଚେରିରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି। ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇ ନାହିଁ। ନିର୍ବାଚନୀ ସଭା, ରୢାଲି ଶାସକ ଓ ବିରୋଧୀ ଦଳର ଜୋର୍ଦାର ହେଲାଣି। ନିର୍ବାଚନକୁ ନେଇ ବିଭିନ୍ନ ସ୍ଥାନରେ ଉପୁଜୁଥିବା ହିଂସାତ୍ମକ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ଆରମ୍ଭ ହେଲାଣି। ଗତ ଶନିବାର ୧୨ କମ୍ପାନି କେନ୍ଦ୍ରୀୟ ବଳ ପହଞ୍ଚି ସମ୍ବେଦନଶୀଳ ଅଞ୍ଚଳରେ ରୁଟ୍ ମାର୍ଚ୍ଚ ଆରମ୍ଭ କରିଛନ୍ତି। ୨୫ ତାରିଖ ସୁଦ୍ଧା ୧୨୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସାଧାରଣତଃ ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟଗୁଡ଼ିକରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଥାନ୍ତି। କିନ୍ତୁ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପଶ୍ଚିମବଙ୍ଗରେ ଏମାନଙ୍କୁ ବହୁସଂଖ୍ୟାରେ ମୁତୟନ କରାଯାଉଛି। ଦେଶରେ ଅତୀତରେ ଏଭଳି ଘଟଣା କେବେ ଦେଖିବାକୁ ମିଳି ନଥିଲା ବୋଲି ପର୍ଯ୍ୟବେକ୍ଷକ ମହଲ ମତ ରଖିଛନ୍ତି।
କୋଲକାତାରୁ ଦିଲ୍ଲୀ ପର୍ଯ୍ୟନ୍ତ ଗୋଟିଏ ସ୍ବର ‘ବଙ୍ଗଳା ପରିବର୍ତ୍ତନ ଚାହେଁ’। ନିଜ ସ୍ବାର୍ଥ ପାଇଁ ଯିଏ ରାଜ୍ୟ ତଥା ରାଜ୍ୟବାସୀଙ୍କୁ ବଳି ପକାଏ ସେଭଳି ସରକାରକୁ ଗାଦିଚ୍ୟୁତ କରିବା ଦରକାର। ଏହିଭଳି ମମତା ସରକାରଙ୍କ ବିଭିନ୍ନ ବିଫଳତା ନେଇ ପ୍ରଧାନମନ୍ତ୍ରୀ ବର୍ଷିଛନ୍ତି। ସୂଚନାଯୋଗ୍ୟ, ଏକ ମାସ ମଧ୍ୟରେ ମୋଦୀଙ୍କର ଏହା ତୃତୀୟ ପଶ୍ଚିମବଙ୍ଗ ଗସ୍ତ। ଆସାମରୁ ଫେରି ମୋଦୀ ହୁଗୁଳିରେ ଏକାଧିକ ରେଳ ପ୍ରକଳ୍ପ ଉଦ୍ଘାଟନ କରିଥିଲେ। ଏହିସବୁ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ ହୋଇ ନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/modi-2.jpg)