ସିମଲା : ହିମାଚଳ ପ୍ରଦେଶ ନିର୍ବାଚନ ନେଇ ରାଜନୈତିକ ଉଷ୍ଣତା ବଢ଼ିଚାଲିଥିବା ବେଳେ ବିଦ୍ରୋହୀ ନେତାମାନେ ଉଭୟ କଂଗ୍ରେସ ଓ ବିଜେପି ପାଇଁ ଘୋର ଅଡ଼ୁଆ ସୃଷ୍ଟି କରିଛନ୍ତି। ପ୍ରାର୍ଥୀ ଚୟନ ସମୟରୁ ଦେଖାଦେଇଥିବା ଅସନ୍ତୋଷ ଏବେ ଜଟିଳ ରୂପ ନେଇଛି ଏବଂ ବିଦ୍ରୋହୀ ପ୍ରାର୍ଥୀଙ୍କ ରଣହୁଙ୍କାର ଉଭୟ ଦଳର ଚିନ୍ତା ବଢ଼ାଇଛି। ୨୦୧୨ ନିର୍ବାଚନରେ ହିମାଚଳରେ କଂଗ୍ରେସ ୩୬ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପିକୁ ୨୬ ଆସନ ମିଳିଥିଲା। ସେତେବେଳେ କେବଳ ବିଦ୍ରୋହୀଙ୍କ ପାଇଁ ବିଜେପିର ଏଭଳି ଦୁର୍ଦ୍ଦଶା ହୋଇଥିବା ଜଣାପଡ଼ିଥିଲା। ୨୦୧୨ରେ ବିଜେପି ୩୮.୪୭ ପ୍ରତିଶତ ଭୋଟ୍ ପାଇଥିବା ବେଳେ କଂଗ୍ରେସ ୪୨.୮୧ ପ୍ରତିଶତ ଭୋଟ୍ ପାଇଥିଲା। ୨୦୧୨ ନିର୍ବାଚନରେ ବିଦ୍ରୋହୀ ପ୍ରାର୍ଥୀଙ୍କ ଯୋଗୁଁ ପ୍ରାୟ ୯ଟି ଆସନରେ ବିଜେପିର ପରାଜୟ ହୋଇଥିବା ବେଳେ ଏଥର ଉଭୟ ଦଳ ପାଇଁ ବିଦ୍ରୋହୀ ପ୍ରାର୍ଥୀ କଣ୍ଟା ହେବେ ବୋଲି କୁହାଯାଉଛି । ତେବେ ଏଥର ବିଜେପିରେ ବିଦ୍ରୋହୀଙ୍କ ସଂଙ୍କଟ ଅପେକ୍ଷା କଂଗ୍ରେସର ସଙ୍କଟ ଅଧିକ ଜଟିଳ ହୋଇଛି । ପ୍ରାୟ ୧୪ଟି ଆସନରେ କଂଗ୍ରେସର ଖେଳ ବିଗାଡ଼ିବା ପାଇଁ ବିଦ୍ରୋହୀ ନେତାମାନେ ତୟାର ରହିଥିବା ଜଣାପଡ଼ିଛି । ବିଦ୍ରୋହୀଙ୍କୁ ମନବାଇକୁ ଦାୟିତ୍ୱ ନେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ହରିୟାଣାର ପୂର୍ବ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଦା ଏବଂ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ଵତ। ଦୁଇ ନେତାଙ୍କ ପ୍ରୟାସ ସତ୍ତ୍ୱେ ବିଶେଷ ସୁଫଳ ମିଳୁନଥିବା କୁହାଯାଉଛି।
ହିମାଚଳ ପ୍ରଦେଶ ନିର୍ବାଚନ
ବିଦ୍ରୋହୀଙ୍କୁ ନେଇ ଅଡ଼ୁଆରେ ବିଜେପି, କଂଗ୍ରେସ
/sambad/media/post_attachments/wp-content/uploads/2017/10/himachal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)