କଲମ୍ବୋ: ଶ୍ରୀଲଙ୍କାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶନିବାର ହୋଇଥିବା ଭୋଟଗ୍ରହଣ ଶେଷ ହୋଇଛି। ୧୭ ନିୟୁତ ଭୋଟରଙ୍କ ମଧ୍ୟରୁ ପ୍ରାୟ ୭୫% ନୂଆ ରାଷ୍ଟ୍ରପତି ଚୟନ ପାଇଁ ଭୋଟ୍ ଦେଇଥିଲେ। ରବିବାର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି। ୨୦୨୨ ଗଣ ବିଦ୍ରୋହ ପରେ ଶ୍ରୀଲଙ୍କାରେ ଏହା ହେଉଛି ପ୍ରଥମ ନିର୍ବାଚନ। ବିଦ୍ରୋହ ପରେ ତତକାଳୀନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ବିତାଡ଼ିତ ହେବା ପରେ ରନୀଲ ବିକ୍ରମସିଂହେ ଏବେ ରାଷ୍ଟ୍ରପତି ଅଛନ୍ତି ଏବଂ ଶ୍ରୀଲଙ୍କାର ଅର୍ଥନୀତିକୁ ପୁନରୁଦ୍ଧାର କରିବା ପାଇଁ କାର୍ଯ୍ୟ କରୁଛନ୍ତି । ରନୀଲ ପୁନର୍ବାର ନିର୍ବାଚନ ଲଢୁଛନ୍ତି। ତାଙ୍କର ବିରୋଧୀ ହେଲେ ଜନତା ବିମୁକ୍ତି ପେରାମୁନା (ଜେଭିପି)ର ଅନୁରା କୁମାର ଦିସାନାୟକ ଏବଂ ସାମାଗି ଜନ ବଳୱେଗୟା (ଏସଜେବି) ପାର୍ଟିର ସଜିତ ପ୍ରେମଦାସା।
ଅପରାହ୍ନ ୪ଟାରେ ଭୋଟ ଶେଷ ହୋଇଥିବା ନିର୍ବାଚନ ଆୟୋଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ସହାୟତା ସତ୍ତ୍ୱେ ଶ୍ରୀଲଙ୍କା ଏବେ ବି ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବାରୁ ଏହି ନିର୍ବାଚନ ଶ୍ରୀଲଙ୍କା ପାଇଁ ଗୁରୁତ୍ୱପୂର୍ଣ୍ଣ । ଅର୍ଥନୈତିକ ସଙ୍କଟ ଏକ ପ୍ରମୁଖ ପ୍ରସଙ୍ଗ ଭାବେ ଉଭା ହୋଇଛି।
ଶ୍ରୀଲଙ୍କା ନିର୍ବାଚନରେ ୭୫ ଭୋଟଦାନ, ଭୋଟଗଣତି ଜାରି
ଶ୍ରୀଲଙ୍କାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶନିବାର ହୋଇଥିବା ଭୋଟଗ୍ରହଣ ଶେଷ ହୋଇଛି। ସେଠାରେ ପ୍ରାୟ ୭୫ ପ୍ରତିଶତ ଭୋଟଗ୍ରହଣ ହୋଇଛି ।
/sambad/media/media_files/9HUohW57xrpX43IOSzRl.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)