ଭୋଟ୍‌ଦାନର ୭୨ ଘଣ୍ଟା ପୂର୍ବରୁ ଇସ୍ତାହାର ଜାରି କରାଯାଉ

ନିର୍ବାଚନ କମିସନଙ୍କ ଦ୍ବାରା ଗଠିତ କମିଟିର ସୁପାରିସ

ନୂଆଦିଲ୍ଲୀ : ଭୋଟ୍‌ଦାନର ୭୨ ଘଣ୍ଟା ପୂର୍ବରୁ ରାଜନୈତିକ ଦଳମାନଙ୍କ ଦ୍ବାରା ଘୋଷଣାପତ୍ର ଜାରି କରାଯାଉ ବୋଲି ଉପ ନିର୍ବାଚନ କମିସନର ଉମେଶ ସିହ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ୧୪ ଜଣିଆ କମିଟି ନିର୍ବାଚନ ଆୟୋଗକୁ ଏଭଳି ସୁପାରିସ କରିଛନ୍ତି। ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ମଧ୍ୟ ଇସ୍ତାହାର ଜାରି କରାଯିବା ନଜିର ରହିଛି। ଏହାକୁ ନେଇ ବିବାଦ ସୃଷ୍ଟି ହେଉଥିବା ବେଳେ ଏଥିପାଇଁ କୌଣସି ଆଇନ ନଥିବାରୁ କମିସନଙ୍କ ଦ୍ବାରା କାର୍ଯ୍ୟାନୁଷ୍ଠାନ ହୋଇପାରୁ ନାହିଁ। ତେଣୁ ଏହି ସୁପାରିସ କିଭଳି ଲାଗୁ କରାଯିବ ସେ ନେଇ ଆଗାମୀ ଦିନରେ ନିର୍ବାଚନ କମିସନର ସମୀକ୍ଷା କରିବେ।

ସମ୍ବନ୍ଧିତ ଖବର