କଂଗ୍ରେସରେ ନିର୍ବାଚନ ଜରୁରୀ: ଥରୁର୍‌

ଜୀବନସାରା କଂଗ୍ରେସରେ ରହିବି ବୋଲି ଆସିନାହିଁ

ନୂଆଦିଲ୍ଲୀ: କଂଗ୍ରେସ ଦଳର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦବି ପାଇଁ ଏବେ ନିର୍ବାଚନ କରାଇବା ଜରୁରୀ ବୋଲି ଦଳର ବରିଷ୍ଠ ନେତା ଶଶି ଥରୁର୍‌ କହିଛନ୍ତି। କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ଦଳ ଖୁବ୍‌ ଶୀଘ୍ର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବ ଏବଂ ଏ ନେଇ ମୁଁ ଆଶାବାଦୀ ବୋଲି ଥରୁର୍‌ କହିଛନ୍ତି। ଦଳକୁ ସଠିକ୍‌ ଦିଗ୍‌ଦର୍ଶନ ଦେବା ପାଇଁ ଏବଂ ସାଂଗଠନିକ ଶକ୍ତିକୁ ସୁଦୃଢ଼ କରିବା ପାଇଁ ଦଳ ଏ ଦିଗରେ ପଦକ୍ଷେପ ନେଉ ବୋଲି ସେ କହିଛନ୍ତି। ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ଅଧିକାର ରଖୁଥିଲେ ମଧ୍ୟ ଜାତିସଂଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ସମସ୍ତଙ୍କର ଦୃଢ଼ ସମର୍ଥନ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। କଂଗ୍ରେସରେ ତାଙ୍କୁ ସମାଲୋଚନା ହେଉଥିବା ପ୍ରସଙ୍ଗରେ ଥରୁର୍‌ କହିଛନ୍ତି, ମୁଁ ଜୀବନସାରା ରାଜନୀତି କରିବାକୁ କଂଗ୍ରେସରେ ରହିବି ବୋଲି ଏହି ଦଳରେ ଯୋଗ ଦେଇନଥିଲି।

ସମ୍ବନ୍ଧିତ ଖବର