ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜ୍ୟରେ ନିର୍ବାଚନ ଅଧିକାରୀମାନେ ବ୍ୟାପକ ତଲାସୀ ଆରମ୍ଭ କରିଦେଇଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ବି ଏଥିରୁ ବାଦ୍ ପଡ଼ିନାହାନ୍ତି। ନିର୍ବାଚନ ଅଧିକାରୀମାନେ ଆଜି ବୋମାଇଙ୍କ ଗାଡ଼ି ଅଟକାଇ ତଲାସୀ କରିଥିଲେ। ଚିକ୍ବଲ୍ଲାପୁରା ଜିଲ୍ଲାରେ ବୋମାଇ ଆଜି ଏକ ମନ୍ଦିରକୁ ଯାଉଥିବା ବେଳେ ନିର୍ବାଚନ ଅଧିକାରୀମାନେ ତାଙ୍କ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ବୋମାଇଙ୍କ ଗାଡ଼ିରୁ କିଛି ଆପତ୍ତିଜନକ ଜିନିଷ ନମିଳିବା ପରେ ପୁଲିସ ତାଙ୍କ ଗାଡ଼ିକୁ ଛାଡ଼ି ଦେଇଥିଲା। ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ସହ କର୍ଣ୍ଣାଟକରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଆଜି ତାଙ୍କ ସରକାରୀ କାର୍ରେ ନଯାଇ ଏକ ଘରୋଇ କାର୍ରେ ଯାଉଥିବା ବେଳେ ଇସି ଅଧିକାରୀମାନେ ତାଙ୍କ ଗାଡ଼ି ଅଟକାଇଥିଲେ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ କାର୍ ତଲାସୀ କଲେ ନିର୍ବାଚନ ଅଧିକାରୀ
/sambad/media/post_attachments/wp-content/uploads/2023/04/hsfsfhsfhsfh.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)