ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ୧୭୦ ଟି ଆସନରେ ଆଗୁଆ ଥିବାବେଳେ ହରିୟାଣାରେ ବିଜେପି ୪୧ଟି ଆସନରେ ଆଗୁଆ

ନୂଆଦିଲ୍ଲୀ : ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି। ଅକ୍ଟୋବର ୨୧ ତାରିଖରେ ମହାରାଷ୍ଟ୍ରର ୨୮୮ ଏବଂ ହରିୟାଣାର ୯୦ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହୋଇଥିଲା। ଜାଣନ୍ତୁ କେଉଁ ଦଳର କେତେ ପ୍ରାର୍ଥୀ ଆଗୁଆ ଅଛନ୍ତି।

ସଦ୍ୟତମ ସୂଚନା ଅନୁଯାୟୀ  ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ୧୭୦ ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ଏହାର ସହଯୋଗୀ ଦଳମାନେ ୯୦ଟି ବିଧାନସଭା ଆସନରେ ଆଗୁଆ ଅଛନ୍ତି। ଅପରପକ୍ଷରେ ହରିୟାଣାରେ ବିଜେପି ୪୧ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୩୦ଟି ବିଧାନସଭା ଆସନରେ ଆଗୁଆ ରହିଛି। ଉଭୟ ରାଜ୍ୟରେ ମତଗଣନା ସ୍ଥଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ଜଣାଯାଇଛି ।  

ସୂଚନାଯୋଗ୍ୟ,ମହାରାଷ୍ଟ୍ରରେ ମୋଟ ୨୮୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯାଇଛି । ସରକାର ଗଢ଼ିବା ପାଇଁ ୧୪୫ଟି ଆସନ ଦରକାର ଥିବା ବେଳେ ଯଦି ଏକଜିଟ ପୁଲର ଆକଳନ ସତ୍ୟ ହୁଏ ତା’ହେଲେ ବିଜେପି-ଶିବସେନା ମେଣ୍ଟ ମହାରାଷ୍ଟ୍ରରେ ପୁଣି ଥରେ ସରକାର ଗଢ଼ିବ । ସେହିଭଳି ୯୦ ବିଧାନସଭା ଆସନ ବିଶିଷ୍ଟ ହରିୟାଣାରେ ସରକାର ଗଢ଼ିବା ପାଇଁ ୪୬ଟି ଆସନ ଆବଶ୍ୟକ ।

 

ସମ୍ବନ୍ଧିତ ଖବର