ନୂଆଦିଲ୍ଲୀ: ଚଳିତ ଲୋକସଭାର କାର୍ଯ୍ୟକାଳ ଆସନ୍ତା ଜୁନ୍ ୩ରେ ଶେଷ ହେବାକୁ ଥିବା ବେଳେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଗାମୀ ସାଧାରଣ ନିର୍ବାଚନ ଏବଂ ଓଡ଼ିଶା ସମେତ ୪ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷିତ ହୋଇଛି। ସାତଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନ ଏପ୍ରିଲ୍ ୧୧ ତାରିଖରୁ ଆରମ୍ଭ ହୋଇ ମେ ୧୯ରେ ସରିବ। ସେହିପରି ମେ ୨୩ରେ ଭୋଟ ଗଣତି ହେବ ବୋଲି ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ନିର୍ବାଚନ ତାରିଖ ଘୋଷଣା ପରେ ପରେ ତତ୍କାଳ ଆଚରଣ ବିଧି ଲାଗୁ ହୋଇଛି। ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟର ସବିଶେଷ ବିବରଣୀ ପ୍ରଦାନ କରିବାକୁ କୁହାଯାଇଛି। ସେହିପରି ସୋସିଆଲ୍ ମିଡିଆରେ କୌଣସି ରାଜନୈତିକ ବିଜ୍ଞାପନ ପାଇଁ ଆଗୁଆ ଅନୁମତି ନେବାକୁ ପଡ଼ିବ ବୋଲି କମିସନର ସ୍ପଷ୍ଟ କରିଛନ୍ତି। ବିଶେଷ କରି ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ ଲାଉଡ୍ ସ୍ପିକର ବ୍ୟବହାରକୁ ବାରଣ କରାଯାଇଛି। ପର୍ଯ୍ୟାୟ କ୍ରମେ ଏପ୍ରିଲ ୧୧, ୧୮, ୨୩, ୨୯, ମେ ୬, ୧୨ ଓ ୧୯ ତାରିଖରେ ମତଦାନ ହେବାକୁ ଥିବା ବେଳେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କର ଏକ ବୈଠକ ଆଗାମୀ ସପ୍ତାହରେ ଅନୁଷ୍ଠିତ ହେବ। ଏଥର ସମସ୍ତ ମତଦାନ କେନ୍ଦ୍ରରେ ଭୋଟର ଭେରିଫାୟେବଲ୍ ପେପର ଅଡିଟ୍ ଟ୍ରେଲ୍(ଭିଭିପିଏଟି)ର ବ୍ୟବହାର ହେବ। ମୋଟ ୫୪୩ଟି ଲୋକସଭା ଆସନ ପାଇଁ ଚଳିତ ଥର ୧.୫୯ କୋଟି ନୂଆ ଭୋଟର(୧୮ରୁ ୧୯ ବର୍ଷ)ଙ୍କ ସମେତ ପାଖାପାଖି ୯୦ କୋଟି ଭୋଟର ୧୦ ଲକ୍ଷ ମତଦାନ କେନ୍ଦ୍ରରେ ଭୋଟଦେବାର ବ୍ୟବସ୍ଥା ରଖାଯାଇଛି। ବିହାର, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ୭ଟି ଯାକ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଜମ୍ମୁ କଶ୍ମୀରରେ ୫ଟି ପର୍ଯ୍ୟାୟରେ ମତଦାନ ହେବ। ସେହିପରି ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଏବଂ ଆସାମ ଓ ଛତିଶଗଡ଼ରେ ୩ଟି ପର୍ଯ୍ୟାୟରେ ଭୋଟଗ୍ରହଣ ହେବ। କର୍ଣ୍ଣାଟକ, ମଣିପୁର, ରାଜସ୍ଥାନ ଓ ତ୍ରିପୁରାରେ ଦୁଇଟି ପର୍ଯ୍ୟାୟ ଏବଂ ବାକି ସବୁ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ। ଲୋକସଭା ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ ଓ ସିକିମ୍ ବିଧାନସଭା ପାଇଁ ମଧ୍ୟ ମତଗ୍ରହଣ ହେବ। ଓଡ଼ିଶାର ୨୧ଟି ଲୋକସଭା ଆସନ ଏବଂ ୧୪୭ଟି ବିଧାନସଭା ଆସନ ପାଇଁ ୪ଟି ପର୍ଯ୍ୟାୟରେ ଭୋଟଗ୍ରହଣ ହେବ ବୋଲି ଜଣାଯାଇଛି। ତେବେ ଆଶା କରାଯାଉଥିବା ଜମ୍ମୁ କଶ୍ମୀର ବିଧାନସଭା ପାଇଁ ଏକକାଳୀନ ମତଦାନ ହେବନାହିଁ ବୋଲି ସ୍ପଷ୍ଟ କରାଯାଇଛି।publive-image

Advertisment

ତାରିଖ ଘୋଷଣା ପରେ ନେତାଙ୍କ ପ୍ରତିକ୍ରିୟ
ନୂଆଦିଲ୍ଲୀ: ଭାରତରେ ଗଣତନ୍ତ୍ର ଉତ୍ସବ ପାଇଁ ଆଜି ବିଗୁଲ୍‌ ବାଜିଛି। ୨୦୧୯ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଦେଶରେ ନିର୍ବାଚନୀ ଉଷ୍ମତା ବଢ଼ିଯାଇଛି। ଏପ୍ରିଲ ୧୧ରୁ ଆରମ୍ଭ ହେଉଥିବା ଭୋଟ୍‌ ଗ୍ରହଣ ପ୍ରକ୍ରିୟା ମେ ୧୯ ପର୍ଯ୍ୟନ୍ତ ଚାଲିବ ଏବଂ ୨୩ରେ ଭୋଟ୍‌ ଗଣତି ହେବ।

publive-image

୨୦୧୯ ଲୋକସଭା ନିର୍ବାଚନ କିଛି ତଥ୍ୟ
୧. ୨୦୧୯ ଲୋକସଭା ନିର୍ବାଚନରେ ଇଭିଏମ୍‌ରେ ପ୍ରଥମ ଥର ପାଇଁ ପ୍ରାର୍ଥୀମାନଙ୍କ ଫଟୋ ରହିବ। ସମସ୍ତ ଇଭିଏମ୍‌ରେ ଭିଭିପିଏଟି ବ୍ୟବହାର କରାଯିବ।
୨. ଏଥର ସାଧାରଣ ନିର୍ବାଚନରେ ୯୦ କୋଟି ଭୋଟର୍‌ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ପ୍ରାୟ ଦେଢ଼ କୋଟି ଭୋଟର୍‌ଙ୍କ ବୟସ ୧୮-୧୯ ବର୍ଷ ମଧ୍ୟରେ ଏବଂ ସେମାନେ ପ୍ରଥମ ଥର ପାଇଁ ଭୋଟ୍‌ ଦେବେ।
୩. ସମସ୍ତ ସମ୍ବେଦନଶୀଳ ମତଦାନ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିବ ଏବଂ ୱେବ୍‌କାଷ୍ଟିଂ ହେବ। ସମସ୍ତ ବଡ଼ ଘଟଣାର ଭିଡିଓ ରେକର୍ଡିଂ କରାଯିବ।
୪. ଇଭିଏମ୍‌ଗୁଡ଼ିକର ଜିପିଏସ୍‌ ଟ୍ରାକିଂ କରାଯିବ। ସମ୍ବେଦନଶୀଳ ଅଂଚଳରେ ସିଆର୍‌ପିଏଫ୍‌ ମୁତୟନ ବଢ଼ାଇ ଦିଆଯିବ।
୫. ଦେଶବ୍ୟାପୀ ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଏହାର ଉଲ୍ଲଂଘନ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ଲାଉଡ୍‌ ସ୍ପିକର ବ୍ୟବହାର ଉପରେ ନଜର ରଖାଯିବ ଏବଂ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ହିଁ ଏହାର ବ୍ୟବହାର ହୋଇପାରିବ।
୬. ଫେସ୍‌ବୁକ, ଟ୍ବିଟର୍‌, ୟୁଟ୍ୟୁବରେ ରାଜନୈତିକ ବିଜ୍ଞା‌ପନ ସଂପର୍କରେ ସମସ୍ତ ତଥ୍ୟ ରଖାଯିବ। ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନେଇ ଅଭିଯୋଗଗୁଡ଼ିକର ଯାଞ୍ଚ ପାଇଁ ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତି ହେବେ।
୭. ମତଦାନ ପାଇଁ ପରିଚୟ ପତ୍ର ନିମନ୍ତେ ୧୧ଟି ବିକଳ୍ପ ରଖାଯାଇଛି।