ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟପ୍ରଦେଶ ଓ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ୍

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ  ଅମିତ ଶାହାଙ୍କ ସମସ୍ତ ରାଜନୈତିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଗତକାଲିର ଆତଙ୍କବାଦୀ ଆକ୍ରମଣ ଘଟଣା ଯୋଗୁଁ ଉଭୟ ନେତା ଏହି ନିଷ୍ପତ୍ତି ନେଇଛନ୍ତି।

ଆତଙ୍କବାଦୀ ଆକ୍ରମଣ ଯୋଗୁଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ  ଅମିତ ଶାହାଙ୍କ ଗସ୍ତ ବାତିଲ ହୋଇଛି । ଆଜି ସମ୍ବଲପୁର ଗସ୍ତରେ ଆସିଥାନ୍ତେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ସମ୍ବଲପୁର ଧନକଉଡା ପଡିଆରେ ଆୟୋଜିତ ବିଜେପି ଦଳୀୟ କାର୍ଯ୍ୟକ୍ରମରେ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବାର କାର୍ଯ୍ୟକ୍ରମ ଥିଲା । ୪ଟି ଲୋକସଭା ଆସନର ବୁଥସ୍ତରୀୟ  କାର୍ଯ୍ୟକର୍ତା ଓ ପଦାଧିକାରୀଙ୍କ ସହ ଅମିତ ସିଧାସଳଖ କଥା ହୋଇଥାଆନ୍ତେ ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଦେଇଛନ୍ତି । ମୋଦି ତାଙ୍କର ସମସ୍ତ ରାଲି ଓ ଜନସଭା ବାତିଲ କରିଦେଇଛନ୍ତି । ଆଜି ମଧ୍ୟପ୍ରଦେଶରେ ଜନସଭା କାର୍ଯ୍ୟକ୍ରମରେ ଯୋଗ ଦେଇଥାଆନ୍ତେ ମୋଦି । ବିଜେପି ତରଫରୁ ମଧ୍ୟ ସମସ୍ତ ତୁଙ୍ଗ ନେତାଙ୍କ  କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।

ସବୁ ରାଜନୈତିକ ଦଳ  ଆତଙ୍କବାଦୀ ଆକ୍ରମଣ ଘଟଣାକୁ  ସମସ୍ୱରରେ ନିନ୍ଦା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ । ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ କଡା ନିନ୍ଦା କରିବା ସହ ସେମାନଙ୍କ ବଳିଦାନ ଖାଲିଯିବ ନାହିଁ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର