ଜି-୨୦ ଅଧ୍ୟକ୍ଷତାକୁ ନେଇ ଭାରତରେ ନିର୍ବାଚନ ପ୍ରଚାର ହେଉଛି: ଜୟରାମ ରମେଶ

ନୂଆଦିଲ୍ଲୀ :  କେନ୍ଦ୍ରରେ ମୋଦୀ ସରକାରକୁ କଡ଼ା କଟାକ୍ଷ କରି କଂଗ୍ରେସ ନେତା ଜୟରାମ ରମେଶ ଆଜି କହିଛନ୍ତି, ଜି-୨୦ ଅଧ୍ୟକ୍ଷତାକୁ ନେଇ ଭାରତରେ ନିର୍ବାଚନ ପ୍ରଚାର ହେଉଛି। ଭାରତକୁ ଛାଡ଼ିଦେଲେ ଅନ୍ୟ କୌଣସି ବି ରାଷ୍ଟ୍ର ଏଭଳି କାର୍ଯ୍ୟ କରିନାହାନ୍ତି।  ରମେଶ ଆଜି ଏକ ଟ୍ବିଟ୍‌ କରି କହିଛନ୍ତି ଯେ ୟୁରୋପୀୟ ରାଷ୍ଟ୍ର ସମେତ ଜି-୨୦ରେ ମୋଟ୍‌ ୧୯ଟି ରାଷ୍ଟ୍ର ଅଛନ୍ତି।  ୧୭ଟି ରାଷ୍ଟ୍ରରେ ଜି-୨୦ର ବ‌ାର୍ଷିକ ସମ୍ମିଳନୀ ହୋଇସାରିଛି। ଭାରତ ଅଷ୍ଟାଦଷ ବାର୍ଷିକ ସମ୍ମିଳନୀର ଅଧ୍ୟକ୍ଷତା କରୁଛି।

ତେବେ ଭାରତ ପରି ଅନ୍ୟ କୌଣସି ବି ରାଷ୍ଟ୍ର ଜି-୨୦ ଅଧ୍ୟକ୍ଷତାକୁ ନେଇ ନିର୍ବାଚନ ପ୍ରଚାର କରିନାହାନ୍ତି। ଭାରତ ଜି-୨୦ ଅଧ୍ୟକ୍ଷତାକୁ ନେଇ ନିର୍ବାଚନ ପ୍ରଚାର କରିଛି ବୋଲି ରମେଶ କହିଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ କହିଥିଲେ ଯେ ଭାରତର ଜି-୨୦ ଅଧ୍ୟକ୍ଷତା ସମଗ୍ର ବିଶ୍ବକୁ ଦେଶର ଶକ୍ତି ଦେଖାଇବାପାଇଁ ଏକ ବିରଳ ସୁଯୋଗ।

ସମ୍ବନ୍ଧିତ ଖବର