ନୂଆଦିଲ୍ଲୀ : ପୁଣିଥରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏନ୍ଡିଏର ପ୍ରାର୍ଥୀ ରୂପେ ଜେଡିୟୁର ସାଂସଦ ହରିବଂଶ ୨୦୧୮ ଅଗଷ୍ଟ ୯ ତାରିଖରେ ନିର୍ବାଚିତ ହୋଇଥିଲେ। ରାଜ୍ୟସଭାର ସଦସ୍ୟ ରୂପେ ହରିବଂଶଙ୍କର ପ୍ରଥମ ପାଳି ଗତ ଏପ୍ରିଲ ୯ ତାରିଖରେ ଶେଷ ହୋଇଯାଇଥିଲା। ଏହାପରେ ହରିବଂଶ ଦ୍ବିତୀୟ ଥର ପାଇଁ ରାଜ୍ୟସଭା ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ। ରାଜ୍ୟସଭା ସଚିବାଳୟର ସୂତ୍ର ଅନୁସାରେ ଯେତେବେଳେ ଜଣେ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଥାଏ, ସେତେବେଳେ ଉପାଧ୍ୟକ୍ଷ ପଦ ମଧ୍ୟ ଶେଷ ହୋଇଯାଇଥାଏ। ସୂତ୍ର ଅନୁସାରେ ମୌସୁମୀ ଅଧିବେଶନର ଆରମ୍ଭରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ଏ ନେଇ ରାଜ୍ୟସଭା ଅଧ୍ୟକ୍ଷ ଏମ୍. ଭେଙ୍କିୟା ନାଇଡୁ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି।
ସଂସଦର ମୌସୁମୀ ଅଧିବେଶନରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ନିର୍ବାଚନ ପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ସହମତି ଭିତ୍ତିରେ ପ୍ରାର୍ଥୀ ଚୂଡ଼ାନ୍ତ କରାଯିବାର ସମ୍ଭାବନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/rajyasabha-zee-news.jpg)