ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୩ରେ ୬ଟି ରାଜ୍ୟରେ ୭ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ନଭେମ୍ବର ୬ରେ ଫଳାଫଳ ଘୋଷଣା କରାଯିବ ବୋଲି ଆଜି ନିର୍ବାଚନ ଆୟୋଗ (ଇସିଆଇ) ଘୋଷଣା କରିଛି। ଉପନିର୍ବାଚନ ହେବାକୁ ଥିବା ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଲା ମହାରାଷ୍ଟ୍ରର ଅନ୍ଧେରି ପୂର୍ବ, ବିହାରର ମୋକାମା ଏବଂ ଗୋପାଳଗଞ୍ଜ, ହରିୟାଣାର ଆଦାମପୁର, ତେଲେଙ୍ଗାନାର ମୁନୁଗୋଡେ, ଉତ୍ତରପ୍ରଦେଶର ଗୋଲା ଗୋକ୍ରନାଥ ଏବଂ ଓଡ଼ିଶାର ଧାମନଗର। ଉପନିର୍ବାଚନ ପାଇଁ ଆସନ୍ତା ୭ରେ ଗେଜେଟ୍ ବିଜ୍ଞପ୍ତି ଜାରି ହେବ ଏବଂ ଆଦର୍ଶ ଆଚରଣ ବିଧି ତୁରନ୍ତ କାର୍ଯ୍ୟକାରୀ ହେବ। ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଅକ୍ଟୋବର ୧୪। ଅକ୍ଟୋବର ୧୫ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ ଏବଂ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୧୭। ନଭେମ୍ବର ୬ରେ ଭୋଟ୍ ଗଣତି କରାଯିବ।
ଏହି ନିର୍ବାଚନ ପାଇଁ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ବ୍ୟବହାର କରାଯିବ। ଭୋଟରଙ୍କ ପରିଚୟ ଯାଞ୍ଚ ପାଇଁ ଇଲେକ୍ଟୋରାଲ ଫଟୋ ପରିଚୟ କାର୍ଡ କିମ୍ବା ଭୋଟର କାର୍ଡ ପ୍ରାଥମିକ ଡକ୍ୟୁମେଣ୍ଟ ହେବ। ତେବେ ଆଧାର କାର୍ଡ, ପାନ୍ କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ଭଳି ଅନ୍ୟାନ୍ୟ ସରକାରୀ ପରିଚୟପତ୍ର ମଧ୍ୟ ଗ୍ରହଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/election-eeee.jpg)