ନୂଆଦିଲ୍ଲୀ: ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ବୁଧବାର ବାଂଲାଦେଶରେ ବଢ଼ୁଥିବା ଇସ୍ଲାମିକ କଠୋରପନ୍ଥୀଙ୍କ ପ୍ରାର୍ଦୁଭାବ, ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଏବଂ ଉତ୍ତେଜନା ସୃଷ୍ଟିକାରୀ ବୟାନବାଜୀ ପାଇଁ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଜୟଶଙ୍କର କହିଛନ୍ତି, ଭାରତ ଖୋଲାଖୋଲି ଭାବେ ଏହି ସବୁ କାରଣ ପାଇଁ ଚିନ୍ତା ପ୍ରକଟ କରୁଛି। ‘ସିଏନ୍ଏନ୍ ନ୍ୟୁଜ୍ ୧୮ ରାଇଜିଂ ଭାରତ ସମ୍ମିଳନୀ-୨୦୨୫’ରେ ଯୋଗ ଦେଇ ଜୟଶଙ୍କର କହିଛନ୍ତି, ‘ବାଂଲାଦେଶକୁ ଆମଠାରୁ ଅନ୍ୟ କୌଣସି ରାଷ୍ଟ୍ର ଅଧିକ ଜାଣନ୍ତିନି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଥିବା ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କ ଉପରେ ଗୁରୁତ୍ବାରୋପ କରି ଜୟଶଙ୍କର କହିଛନ୍ତି, ଏହା ଆମ ଡିଏନ୍ଏରେ ରହିଛି।
ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ନେଇ ଉଦ୍ବେଗ
ବାଂଲାଦେଶ ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସାକ୍ଷାତ ସଂକ୍ରାନ୍ତରେ ଟିପ୍ପଣୀ ଦେଇ ଜୟଶଙ୍କର ବାଂଲାଦେଶ ସହ ଭାରତର ଦୀର୍ଘକାଳୀନ ବନ୍ଧୁତାକୁ ଗୁରୁତ୍ବାରୋପ କରିଛନ୍ତି। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଏବଂ ଇସ୍ଲାମିକ କଠୋରପନ୍ଥୀଙ୍କ ପ୍ରାର୍ଦୁଭାବ ପାଇଁ ଆମେ ଚିନ୍ତା ପ୍ରକଟ କରୁଛୁ ବୋଲି ଜୟଶଙ୍କର କହିଛନ୍ତି। ବାଂଲାଦେଶରେ ଖୁବ୍ଶୀଘ୍ର ନିର୍ବାଚନର ଆବଶ୍ୟକତା ଥିବା ନେଇ ଜୟଶଙ୍କର ଗୁରୁତ୍ବାରୋପ କରିଛନ୍ତି। ଗଣତାନ୍ତ୍ରିକ ପରମ୍ପରା ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟା ଅନୁଯାୟୀ ବାଂଲାଦେଶରେ ନିର୍ବାଚନ ହେଉ ବୋଲି ଜୟଶଙ୍କର କହିଛନ୍ତି। ନିର୍ବାଚନ ଓ ଶୃଙ୍ଖଳିତ ପ୍ରକ୍ରିୟା ହିଁ ସେଠାରେ ସ୍ଥିରତା ଆଣିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/23/4FwOacCk6RQ3BjHsz1yX.jpg)