ନୂଆଦିଲ୍ଲୀ: ଇଲେକ୍ଟୋରାଲବଣ୍ଡ ରାୟକୁ କାର୍ଯ୍ୟକାରୀ ନ କରିବାକୁ ସୁପ୍ରିମକୋର୍ଟ ବାର ଆସୋସିଏସନ ସଭାପତି ଆଦିଶ ଅଗ୍ରୱାଲ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି। ଅଗରୱାଲା ତାଙ୍କ ଚିଠିରେ କହିଛନ୍ତି ଯେ ସାମ୍ବିଧାନିକ ଅସ୍ଥିରତା ସୃଷ୍ଟି କରୁଥିବା ଏବଂ ସଂସଦର ମହିମାକୁ କ୍ଷୁର୍ଣ୍ଣ କରୁଥିବା ଭଳି ରାୟ ସୁପ୍ରିମକୋର୍ଟ ପ୍ରଦାନ କରିବା ଉଚିତ ନୁହେଁ।
ସେ କହିଛନ୍ତି ନିର୍ବାଚନୀ ବଣ୍ଡ ସ୍କିମ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟର ସବୁଠାରୁ ବିପଜ୍ଜନକ ଅଂଶ ହେଉଛି ଭାରତର ନିର୍ବାଚନ ଆୟୋଗଙ୍କ ଦାନକୁ ସଂଶୋଧନ କରିବା ଏବଂ କେଉଁ ରାଜକୈତିକ ଦଳ କେଉଁ କର୍ପୋରେଟ ସଂସ୍ଥାଠାରୁ କେତେ ପାଇଛନ୍ତି ତାହା ସାର୍ବଜନୀନ କରିବା। ତାଙ୍କ କହିବାନୁସାରେ, ଆମ ଦେଶରେ ଉଭୟ ସଂସଦୀୟ ଗଣତନ୍ତ୍ର ଏବଂ କର୍ପୋରେଟ୍ ସ୍ୱାଧୀନତା ଏହା ଦ୍ବାରା ବିପଦରେ ପଡ଼ିପାରେ। ସେ ଏହି ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ସନ୍ଦର୍ଭ ମାଗି ନିର୍ବାଚନ ବଣ୍ଡ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ ନ କରିବାକୁ ଭାରତର ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ରେଫରେନ୍ସ ଶୁଣାଣି ଏବଂ ଉତ୍ତର ନ ହେବା ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ୧୧ ମାର୍ଚ୍ଚ ୨୦୨୪ ର ରାୟକୁ କାର୍ଯ୍ୟକାରୀ କରିବେ ନାହିଁ।
ସୁପ୍ରିମକୋର୍ଟଙ୍କର ଭାରତର କୌଣସି ବିବାଦ କିମ୍ବା ସାମ୍ବିଧାନିକ ପ୍ରଶ୍ନର ଶୁଣାଣି କରିବାର ଅଧିକାରରେ ଅଛି। ସେହିଭଳି ସୁପ୍ରିମକୋର୍ଟଙ୍କ ସର୍ବୋଚ୍ଚ ସାମ୍ବିଧାନିକ ସ୍ଥିତିର ମୂଳଦୁଆ ହେଉଛି ଧାରା ୧୪୨। ଏହା ସୁପ୍ରିମକୋର୍ଟଙ୍କୁ 'ସମ୍ପୂର୍ଣ୍ଣ ନ୍ୟାୟ' ପ୍ରଦାନ କରିବାର ଅନ୍ତର୍ନିହିତ କ୍ଷମତା ପ୍ରଦାନ କରେ। ତେଣୁ ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ନ୍ୟାୟ ପ୍ରଦାନ କରିବା ଉଚିତ ନୁହେଁ ଯାହା ସାମ୍ବିଧାନିକ ଅସ୍ଥିରତା ସୃଷ୍ଟି କରିବ ଏବଂ ସଂସଦର ଗରିମାକୁ କ୍ଷୁର୍ଣ୍ଣ କରିବ। ଭାରତ ସଂସଦର ଲୋକ ପ୍ରତିନିଧୀ ଏବଂ ରାଜନୈତିକ ଦଳର ଗଣତାନ୍ତ୍ରିକ କାର୍ଯ୍ୟକଳାପ ଉପରେ ଏକ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି ବୋଲି ସେ ଚିଠିରେ ଉଲ୍ଲେଖ କରାଯାଇଛି।