ନିର୍ବାଚନୀ ବଣ୍ଡ୍‌ ଉପରେ ରହିତାଦେଶ ଦେଲେନି ସୁପ୍ରିମ୍‌ କୋର୍ଟ, ଦୁଇ ସପ୍ତାହ ମଧ୍ୟରେ କେନ୍ଦ୍ରର ଜବାବ୍‌ ମାଗିଲେ

ନୂଆଦିଲ୍ଲୀ : ନିର୍ବାଚନୀ ବଣ୍ଡ୍‌ ମାମଲାରେ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଦେବାକୁ ସୁପ୍ରିମ୍‌ କୋର୍ଟ ଆଜି ମନା କରିଦେଇଛନ୍ତି। ଏହା ସହିତ ଆସନ୍ତା ୨ ସପ୍ତାହ ମଧ୍ୟରେ ଏ ନେଇ ଜବାବ ଦାଖଲ କରିବାକୁ କୋର୍ଟ କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଏସ୍‌.ଏ. ବୋବଡେ, ବିଚାରପତି ବି.ଆର୍‌. ଗଭାଇ ଏବଂ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ୨ ସପ୍ତାହ ମଧ୍ୟରେ ନିଜର ପକ୍ଷ ରଖିବାକୁ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋ‌ଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ନିର୍ବାଚନୀ ବଣ୍ଡ୍‌ ଯୋଗୁଁ ଶାସକ ଦଳରେ ହିସାବ ବହିର୍ଭୂତ କଳା ଟଙ୍କା ବୃଦ୍ଧି ପାଉଥିବା ଅଭିଯୋଗ କରି ଏକ ଏନ୍‌ଜିଓ ସୁପ୍ରିମ୍‌ କୋର୍ଟରେ ମାମଲା ଦାଏର କରିଥିଲା। ଆଇନ୍‌ଜୀବୀ ପ୍ରଶାନ୍ତ ଭୂଷଣ ଏହି ମାମଲାର ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର