ନିର୍ବାଚନ କମିସନଙ୍କ ତାଗିଦ : ସେନାର କାର୍ଯ୍ୟକଳାପକୁ ପ୍ରଚାରରେ ସାମିଲ କରନାହିଁ

ନୂଆଦିଲ୍ଲୀ : ସମ୍ପ୍ରତି ନିର୍ବାଚନୀ ପ୍ରଚାରରେ ସେନାବାହିନୀର କାର୍ଯ୍ୟକଳାପକୁ ବ୍ୟବହାର କରାଯାଉଥିବାରୁ ନିର୍ବାଚନ କମିସନ୍‌ ଏଥିରେ ‌ଘୋର୍‌ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ସେମାନଙ୍କ ନିର୍ବାଚନୀ ପ୍ରଚାରରେ ସେନାର କୌଣସି କାର୍ଯ୍ୟକଳାପକୁ ମାଧ୍ୟମ କରିବା ଅନୁଚିତ ବୋଲି ନିର୍ବାଚନ କମିସନ କହିଛନ୍ତି। ବିଭିନ୍ନ ନିର୍ବାଚନୀ ବିଜ୍ଞାପନରେ ସେନାର ବ୍ୟକ୍ତିତ୍ବଙ୍କ ଫଟୋ ବ୍ୟବହାର ବନ୍ଦ କରିବାପାଇଁ କମିସନ ପ୍ରଥମେ ନିର୍ଦ୍ଦେଶ ଦେବାପରେ ଏଭଳି କଡ଼ା ଆଭିମୁଖ୍ୟ ରଖିଛନ୍ତି। କୌଣସି ଧାର୍ମିକ ସ୍ଥାନକୁ ମଧ୍ୟ ନିର୍ବାଚନୀ ପ୍ରଚାରରେ ଅଂଶ ବିଶେଷ ନକରିବାପାଇଁ କମିସନ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନୀ ପ୍ରଚାର ସମୟରେ କୌଣସି ଜାତି କିମ୍ବା ଧର୍ମର ବ୍ୟବହାର ଉପରେ କଡ଼ା କଟକଣା ରହିଛି। ଉଲ୍ଲେଖଯୋଗ୍ୟ କେରଳରେ ସବରିମାଳା ମନ୍ଦିର ପ୍ରସଙ୍ଗକୁ ନିର୍ବାଚନର ଅଂଶବିଶେଷ ନକରିବାପାଇଁ ଗତ ମାର୍ଚ୍ଚ ୧୧ ତାରିଖରେ ନିର୍ବାଚନ କମିସନ କଡ଼ା ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର