ପାଟନା: ବିହାରରେ ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଏକ ବଡ଼ ଅଘଟଣ ଘଟିଯାଇଛି। ବିହାରର ପୁର୍ନିଆ ଜିଲ୍ଲାରେ ଜଣେ ଯୁବ ଆର୍ଜେଡି ନେତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଧମଦହା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ପୁର୍ନିଆର ସର୍ସି ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତ ବେନି ସିଂହ ହେଉଛନ୍ତି ଯୁବ ଆର୍ଜେଡି ନେତା ବଣ୍ଟି ସିଂହ ଓରଫ୍ ଅନିକେତ ସିଂହଙ୍କ ଭାଇ । ବଣ୍ଟି ସିଂହଙ୍କୁ ଚଳିତ ସେପ୍ଟେମ୍ବରରେ ଏସ୍ଟିଏଫ୍ ଗିରଫ କରିଥିଲା। ବଣ୍ଟି ସିଂହଙ୍କ ଗାଡ଼ିରୁ ଏସ୍ଟିଏଫ୍ ଏକେ-୪୭, କାରବିନ୍ ଏବଂ ଗୁଳିଗୋଳା ଜବତ କରିଥିଲା।
ନିର୍ବାଚନୀ ହିଂସା: ଆର୍ଜେଡି ନେତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା
/sambad/media/post_attachments/wp-content/uploads/2020/11/5465487987897489.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)