ନିର୍ବାଚନ କମିସନ୍‌ଙ୍କ ନୂଆ ୱେବ୍‌ସାଇଟ୍‌

ନୂଆଦିଲ୍ଲୀ: ଭାରତର ନିର୍ବାଚନ କମିସନ୍ ଗତକାଲି ଏକ ନୂଆ ୱେବସା‌ଇଟ୍‌ ଉନ୍ମୋଚନ କରିଛନ୍ତି। ଏହି ୱେବ୍‌ସାଇଟ୍‌ ‘https://eci.gov.in’ ମାଧ୍ୟମରେ ଯେ କେହି ମଧ୍ୟ ନିର୍ବାଚନ କମିସନ୍‌ଙ୍କ ପ୍ରତ୍ୟେକ ପଦକ୍ଷେପ ବାବଦରେ ଅବଗତ ହୋଇପାରିବ। ଏଥିସହ ନିର୍ବାଚନ ପ୍ରକ୍ରିୟା ସମ୍ପର୍କିତ ପ୍ରତ୍ୟେକ ସୂଚନା ସହଜରେ ହାସଲ କରାଯାଇ ପାରିବ। ଏହି ୱେବସାଇଟ୍‌କୁ କମ୍ପ୍ୟୁଟର୍‌ ଓ ମୋବାଇଲ୍‌ରେ ଦେଖିହେବ। ନିର୍ବାଚନ କମିସନ୍‌ ଏବଂ ନିର୍ବାଚନ ପ୍ରକ୍ରିୟା ସମ୍ପର୍କିତ ସମସ୍ତ ତଥ୍ୟ ପୃଥକ୍‌ ଭାବେ ଏଥିରେ ସ୍ବତନ୍ତ୍ର ଭାବେ ସୂଚିତ ହୋଇଛି। ଏବେ ଯେକୌଣସି ନାଗରିକ ନିର୍ବାଚନ କମିସନ୍‌ଙ୍କ ୱେବସାଇଟ୍‌କୁ ଯାଇ ସମସ୍ତ ତଥ୍ୟ ସହଜରେ ପାଇପାରିବେ। ପୁରୁଣା ୱେବସାଇଟ୍‌ ସହ ଲୋକମାନେ ଅଧିକ ପରିଚିତ ଥିବାରୁ ନିର୍ବାଚନ କମିସନ ନୂତନ ୱେବସାଇଟ୍‌ ସହ ପୁରୁଣା ୱେବସାଇଟ୍‌ ‘https://eci.nic.in ’କୁ ମଧ୍ୟ କିଛି ଦିନ ପାଇଁ କାଏମ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର