ଏତିକି ବର୍ଷ ପରେ ପେଟ୍ରୋଲ କାର୍ ସହିତ ସମାନ ହେବ ଇଭିର ଦାମ୍

ନୂଆଦିଲ୍ଲୀ: ଏବେ ଧୀରେ ଧୀରେ ଇଲେକ୍ଟ୍ରିକ୍ ଗାଡ଼ି (ଇଭି) ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁଛନ୍ତି ସରକାର। ଚାର୍ଜି ଷ୍ଟେସନ ବଢ଼ାଇବା ସହ ଲୋକଙ୍କୁ ଇଭି କିଣିବାକୁ ସରକାର କହୁଛନ୍ତି। ଏବେ ନୂଆ କରି ଇଭି ମାର୍କେଟକୁ ଆସୁଥିବାରୁ ଏହାର ଦାମ୍ ଏବେ ପେଟ୍ରୋଲ ଗାଡ଼ି ଅପେକ୍ଷା ଅଧିକ ରହିଛି। ତେଣୁ କିଛି ଲୋକ ଇଭି କିଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଏଭଳି ସ୍ଥିତିରେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଏକ ବଡ଼ ଖବର ଦେଇଛନ୍ତି।

ବଜେଟ୍ ଆଜ୍ ତକ୍ (ବଜେଟ୍ ଆଜତକ୍ ୨୦୨୩)ର କନକ୍ଲେଭରେ ଅଂଶଗ୍ରହଣ କରି ଇଭିି ଉପରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ସରକାର କ୍ରମାଗତ ଭାବରେ ଇଭି ଏବଂ ହାଇବ୍ରିଡ ଯାନ ଉପରେ ଧ୍ୟାନ ଦେଉଛନ୍ତି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ପେଟ୍ରୋଲ ଯାନ ସହିତ ଇଭିର ମୂଲ୍ୟ ସମାନ ହେବ।

କନକ୍ଲେଭ ସମୟରେ ଚାର୍ଜିଂ ଭିତ୍ତିଭୂମି ଉପରେ ପ୍ରଶ୍ନ ପଚରାଯିବା ପରେ ନିତିନ ଗଡକରୀ କହିଛନ୍ତି, “ଆଜି ପର୍ଯ୍ୟନ୍ତ କାହାର ଇଭି ରାସ୍ତାରେ ଅଟକିଛି କି? ଥରେ ଚାର୍ଜ କଲେ ଆପଣଙ୍କ କାର ପ୍ରାୟ ୪୦୦କିଲୋମିଟର ଯିବ ଏବଂ ଆମେ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ଥିବା ରାଜପଥରେ ୬୭୦ଟି ସ୍ଥାନରେ ଚାର୍ଜିଂ ପଏଣ୍ଟ ସ୍ଥାପନ କରିବାକୁ ଯୋଜନା କରୁଛୁ। ୬୭୦ରୁ ଆମେ ଏପର୍ଯ୍ୟନ୍ତ ୭୦ଟି ସ୍ଥାନରେ ଚାର୍ଜିଂ ପଏଣ୍ଟ ସ୍ଥାପନ କରିସାରିଛୁ। ଏହା ବ୍ୟତୀତ ଯାତ୍ରୀବାହୀ ବସ ପାଇଁ ଆମେ କେବୁଲ ଚାର୍ଜିଂ ଭିତ୍ତିଭୂମି ସ୍ଥାପନ କରିବାକୁ ମଧ୍ୟ ଯୋଜନା କରୁଛୁ, ଯାହା ଦ୍ବାରା ବସ୍ ଚାଲିବା ସମୟରେ ଚାର୍ଜ ହେବ।’’

ସମ୍ବନ୍ଧିତ ଖବର