ଆଗ୍ରା: ଲକଡାଉନବେଳେ ବାହାରେ ବୁଲୁଥିବାବେଳେ ଜଣେ ବିଦ୍ୟୁତ କର୍ମଚାରୀଙ୍କର ପୁଲିସ ଚାଲାଣ କାଟିଦେଇଥିଲା |ଆଉ ଏହି ରାଗରେ ପୁଲିସ ଥାନାର ବିଦ୍ୟୁତ ସଂଯୋଗ କାଟିଦେଲେ ଡ୍ୟୁଟି କର୍ମଚାରୀ | ଏଭଳି ଏକ ରୋଚକ ଘଟଣା ଉତ୍ତରପ୍ରଦେଶ ଚିଉଁଟହ ପୁଲିସ ଷ୍ଟେସନରେ ଘଟିଛି | ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ସନ୍ଧ୍ୟାରେ ବିନା ହେଲମେଟରେ ବାଇକ ଚଳାଇବା ଅଭିଯୋଗରେ ପୁଲିସ ବିଦ୍ୟୁତ କର୍ମଚାରୀ ଅଜିତ କୁମାରଙ୍କ ନାମରେ ଏକ ଚାଲାଣ କାଟିଥିଲା |
ଏଥିରେ ରାଗିଯାଇ ଅଜିତ କୁମାର ବୁଧବାର ଅପରାହ୍ନରେ ବିଦ୍ୟୁତ ଖୁଣ୍ଟରେ ଚଢି ପଞ୍ଚାୟତ ବିଲଡିଂରେ ଚାଲୁଥିବା ପୁଲିସ ଷ୍ଟେସନର ବିଦ୍ୟୁତ ସଂଯୋଗକୁ କାଟି ଦେଇଥିଲେ। ଥାନା ଦାୟିତ୍ୱରେ ଥିବା ଅଧିକାରୀ ବ୍ରିଜେଶ କୁମାର ସିଂ ତୁରନ୍ତ ଅଜିତ କୁମାରକୁ ଧରି ସଂଯୋଗ କାଟିବାର କାରଣ ନେଇ ପଚାରିଥିଲେ |
ଚାଲାଣ କାଟିବା ଯୋଗୁଁ ରାଗରେ ବିଦ୍ୟୁତ ସଂଯୋଗ କାଟିଦେଇଥିବାର ଅଜିତ କହିଥିଲା | ଏହା ପରେ ପୁନଃ ବିଦ୍ୟୁତ ସଂଯୋଗ ନ କଲେ ମାମଲା ରୁଜୁ କରାଯିବ ବୋଲି କୁହାଯାଇଥିଲା | ଏହା ପରେ ଅଜିତ କୁମାର ଖୁଣ୍ଟରେ ଚଢି ବିଦ୍ୟୁତ ସଂଯୋଗ କରିବା ପରେ ତାଙ୍କୁ ଛଡାଯାଇଥିଲା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Electrification3_0.jpg)