ନୂଆଦିଲ୍ଲୀ: ଅନୁଗୁଳଢେଙ୍କାନାଳ ଜିଲ୍ଲାରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ ବହୁ ଧନ ଜୀବନ ନଷ୍ଟ ହେଉଛି। ଏହାକୁ ନେଇ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ସଂସଦରେ ଧ୍ୟାନ ଆକର୍ଷଣ କରିବା ସହ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କଠାରୁ ସରକାରଙ୍କ ପଦକ୍ଷେପ ନେଇ ସ୍ପଷ୍ଟୀକରଣ ମାଗିଛନ୍ତି।

Advertisment

ମୋ ଲୋକସଭା କ୍ଷେତ୍ରରେ ଢେଙ୍କାନାଳ ଓ ଅନୁଗୁଳ ଦୁଇଟି ଜିଲ୍ଲା ଆସୁଥିବା ବେଳେ ଉଭୟ ଜିଲ୍ଲାରେ ହାତୀ ଉପଦ୍ରବ ତୀବ୍ର ହେଉଛି। ବହୁ ଧନ ଜୀବନ ନଷ୍ଟ ହେଇଛି। ମାନ୍ୟବର ମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ଭାବେ ବହୁବାର ଭେଟି ଦୃଷ୍ଟି ଆକର୍ଷଣ କରିଛି। ଗତ ୩୧ ଜୁଲାଇରେ ହିନ୍ଦୋଳ ବ୍ଲକ୍‌ର ଗୋଟିଏ ଗ୍ରାମରେ ଗୋଟିଏ ଦିନରେ ୩ ଜଣଙ୍କୁ ହାତୀ ଦଳି ମାରି ଦେଇଥିଲା। ମାନ୍ୟବର ମନ୍ତ୍ରୀ ରାଜ୍ୟ ସରକାରଙ୍କ ସହ ହାତୀ ଉପଦ୍ରବକୁ ନେଇ ଯେଉଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ଖୁବଶୀଘ୍ର କାର୍ଯ୍ୟକାରୀ କରିବା ଉପରେ ସାଂସଦ ଶ୍ରୀ ପାଣି ଲୋକସଭାରେ ଧ୍ୟାନ ଆକର୍ଷଣ କରି କହିଥିଲେ।


ସାଂସଦଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ହାତୀ ଉପଦ୍ରବକୁ ନେଇ ପ୍ରୋଜେକ୍ଟ ଏଲିଫାଣ୍ଟ ଯୋଜନା ସମଗ୍ର ଦେଶରେ ଲାଗୁ ହୋଇଛି, ଏଲିଫାଣ୍ଟ ରିଜର୍ଭର, ଏଲିଫାଣ୍ଟ କରିଡର ସ୍ଥାପନ ସହ ସ୍ୱତନ୍ତ୍ର ଗାଇଡ଼ ଲାଇନ ଅନୁଯାୟୀ କାର୍ଯ୍ୟ କରାଯାଇଛି। ରେଳ ବିଭାଗ ସହ ମଧ୍ୟ କଥା ହୋଇ ସ୍ୱତନ୍ତ୍ର ଆଡ଼ଭାଇଜାରୀ ଓ ଏସଓପି ପ୍ରସ୍ତୁତ ହୋଇଛି। ରାଜ୍ୟ ସରକାରଙ୍କ ସହ ମିଶି ଏହାକୁ ସୁଚାରୁରୂପେ କାର୍ଯ୍ୟ କରାଯାଉଛି ଏବଂ ଓଡ଼ିଶା ସରକାରଙ୍କ ସହ ଉକ୍ତ ଯୋଜନାର କ୍ରିୟାନୟନ ଉପରେ ବିଶେଷ ଧ୍ୟାନ ଦିଆଯାଉଛି ବୋଲି ମନ୍ତ୍ରୀ ଯାଦବ କହିଥିଲେ।

 Rudra Narayan Pany