ଆସାମରେ ହାତୀକୁ ନେଇ ବଢୁଛି ସଙ୍କଟ: ଶହେ ଦିନରେ ୪୦ ହାତୀ ମୃତ

ଗୌହାଟୀ: ଗତ ଶହେ ଦିନରେ କେବଳ ଆସାମରେ ୪୦ଟି ହାତୀଙ୍କ ମୃତ୍ୟୁ ହୋଇଥିବା ନେଇ ବନ୍ୟ ସଂରକ୍ଷକଙ୍କ ରିପୋର୍ଟରୁ ଜଣାପଡ଼ିଛି। ଏହି ସମସ୍ତ ମୃତୃ ଅପ୍ରକୃତିକ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ବିଶେଷକରି ଚଳନ୍ତା ଟ୍ରେନ୍‌ ସମ୍ମୁଖରେ ଆସିବା କାରଣରୁ,ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ,ଖାଇରେ ପଡ଼ି ଓ ବିଷକ୍ରିୟା ଯୋଗୁଁ ଏହି ହାତୀ ଗୁଡ଼ିକର ମୃତ୍ୟୁ ହୋଇଛି। ଖାଦ୍ୟ ସନ୍ଧାନରେ ହାତୀ ଗୁଡ଼ିକ ଗ୍ରାମଗୁଡ଼ିକରେ ପଶିଯାଉଛନ୍ତି ଫଳରେ ଘରଦ୍ୱାର ଓ ଚାଷବାସରେ କ୍ଷତି ମଧ୍ୟ ହେଉଛି। ଫଳରେ ରାଜ୍ୟର ଅନେକାଞ୍ଚଳରେ ହାତୀ-ମଣିଷ ଲଢେଇ ସୃଷ୍ଟି ହେଉଛି। ଜଣେ ବନ ଅଧିକାରୀଙ୍କ କହିବା ମୁତାବକ ଏହିସବୁ କାରଣ ପାଇଁ ହାତୀ ମୃତ୍ୟୁସଂଖ୍ୟ ବୃଦ୍ଧି ପାଉଛି ଏବଂ ହାତୀ ଜାତୀୟ ପଶୁ ହୋଇନଥିବାରୁ ଏଥିପାଇଁ ବିବାଦ ମଧ୍ୟ ହେଉନି। ଏସବୁ ହାତୀ ମୃତ୍ୟୁକୁ ଦୁର୍ଭାଗ୍ୟପୂର୍ର୍ଣ କହିବା ସହ ଏକ ସାମାଜିକ ସଂସ୍ଥା ଆରଣ୍ୟକର ସମ୍ପାଦକ ବିଭବ ତାଲୁଦକର କହିଛନ୍ତି ଯେ, ରାଜ୍ୟରେ ଅନ୍ୟ ଜୀବଙ୍କ ଭଳି ହାତୀଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ନାହିଁ। ବର୍ତ୍ତମାନ ସମୟରେ ରାଜ୍ୟରେ ୫୦୦ ହାତୀ ଥିବା ଏକ ଗଣନାରୁ ଜଣାପଡ଼ିଥିବା ବେଳେ ସରକାର ଯୋଗାଇଥିବା ସଂରକ୍ଷିତ ଜଙ୍ଗଲ ସେମାନଙ୍କ ପାଇଁ ଯଥେଷ୍ଟ ନୁହେଁ। ଏଭଳି ପରିସ୍ଥିତି ସୃଷ୍ଟି ହେଲା ଯେ, ରାଜ୍ୟରୁ ହାତୀ ବଂଶ ପୂରା ଲୋପ ପାଇଯିବ କିନ୍ତୁ ସରକାର ଏନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି।

ସମ୍ବନ୍ଧିତ ଖବର