ନୂଆଦିଲ୍ଲୀ: ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଜାନୁଆରି ୨୨ ତାରିଖରେ ହେବ। ଏହା ପୂର୍ବରୁ ଗୁରୁବାର ସନ୍ଧ୍ୟାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମନ୍ଦିରର ପ୍ରବେଶ ଦ୍ବାରର କିଛି ଫଟୋ ସେୟାର କରିଛନ୍ତି।

Advertisment

ଟ୍ରଷ୍ଟ ସୂଚିତ କରିଛି କି ମନ୍ଦିରର ପ୍ର‌ବେଶ ଦ୍ବାରରେ ଚାରିଟି ମୂର୍ତ୍ତିକୁ ସ୍ଥାପନା କରାଯାଇଛି। ଏହି ମୂର୍ତ୍ତିଗୁଡ଼ିକ ମଧ୍ୟରେ ହାତୀ, ସିଂହ, ହନୁମାନ ଓ ଗରୁଡ଼ ଅଛନ୍ତି।  ଏସମସ୍ତ ମୂର୍ତ୍ତିକୁ ରାଜସ୍ଥାନର ଗ୍ରାମ ବଂଶୀ ପହାଡ଼ପୁରର ହାଲୁକା ଗୋଲାପି ରଙ୍ଗର ବାଲି ପଥରରେ ତିଆରି କରାଯାଇଛି।

ଟ୍ରଷ୍ଟ ମନ୍ଦିର ନିର୍ମାଣ ହେବା ଦିନ ଠାରୁ ମଝିରେ ମଝିରେ ରାମ ମନ୍ଦିର ସହିତ ଜଡ଼ିତ ତଥ୍ୟ ଓ ଫଟୋ ସେୟାର କରିଥାଏ। ନିକଟରେ ଟ୍ରଷ୍ଟ ଭବ୍ୟ ସିଂହଦ୍ବାରର ଫଟୋ ସେୟାର କରିଥିଲା।

ଟ୍ରଷ୍ଟ ମୁତାବକ, ଶ୍ରୀରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ଗର୍ଭଗୃହରେ ପ୍ରଭୁ ଶ୍ରୀରାମଙ୍କ ବାଲ୍ୟରୂପ ଓ ପ୍ରଥମ ମହଲାରେ ଶ୍ରୀରାମଙ୍କ ଦରବାର ରହିବ।  ମନ୍ଦିରରେ ୫ଟି ମଣ୍ଡପ ରହିବ। ନୃତ୍ୟ ମଣ୍ଡପ, ରଙ୍ଗ ମଣ୍ଡପ, ସଭା ମଣ୍ଡପ, ପ୍ରାର୍ଥନା ମଣ୍ଡପ ଓ କୀର୍ତ୍ତନ ମଣ୍ଡପ। ମନ୍ଦିର ଖମ୍ଭ ଓ କାନ୍ଥରେ ବିଭିନ୍ନ ଦେବୀ ଓ ଦେବତାଙ୍କ ପ୍ରତିମା ଖୋଦେଇ କରାଯାଇଛି। ଯାହାକି ଦେଖିବାକୁ ଖୁବ ଆକର୍ଷଣୀୟ ରହିଛି।