ହାତୀ ଆକ୍ରମଣରେ ମହିଳା ଓ ତାଙ୍କ ୧ ବର୍ଷ ଝିଅ ମୃତ

ରାଞ୍ଚି: ଝାଡ଼ଖଣ୍ଡରେ ହାତୀ ଉପଦ୍ରବରେ ଦୁଇ ଜୀବନ ଚାଲି ଯାଇଥିବା ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୋମବାର ସକାଳୁ ରାଜ୍ୟର ଗୁମଲା ଜିଲ୍ଲାରେ ୧୮ଟି ହାତୀଙ୍କ ହିଂସାତ୍ମକ କାର୍ଯ୍ୟକଳାପରେ ଜଣେ ମହିଳା ଓ ତାଙ୍କ ୧ ବର୍ଷର ଶିଶୁ ଦଳି ହେବା ପରେ ସେ ଦୁହିଁଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।

ଜଙ୍ଗଲ ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ, ମୃତକ ଦ୍ୱୟ ହେଉଛନ୍ତି ୨୬ ବର୍ଷୀୟା ଅର୍ଚ୍ଚନା ବାଘଓ୍ଵାରତାଙ୍କ ୧ ବର୍ଷର ଝିଅ ଇଶିତା।

ପୀଡ଼ିତା ତାଙ୍କ ପରିବାର ଅନ୍ୟ ୪ ଜଣ ସଦସ୍ୟଙ୍କ ସହ ଜଙ୍ଗଲ ନିକଟରେ ଥିବା ନିଜ ମାଟି ଘରେ ଶୋଇଥିବା ଅବସ୍ଥାରେ ହାତୀମାନେ ଆସି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ।

ରାତି ପ୍ରାୟ ୪ଟା ସମୟରେ ଏପରି ଅଭାବନୀୟ ଘଟଣା ଘଟିଥିବା ସୂଚନା ରହିଛି। ପୀଡ଼ିତା ମହିଳାଙ୍କ ଶାଶୂ ଗଣମାଧ୍ୟମରେ ଜଣାଇଛନ୍ତି କି ପୀଡ଼ିତା ମହିଳା ତାଙ୍କ ବର୍ଷକର ଝିଅକୁ ନେଇ ବାହାରକୁ ଧାଇଁ ପଳାଇବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ହାତୀମାନଙ୍କ ସଂଖ୍ୟା ବେଶି ଥିବା ହେତୁ ଦଳାଚକଟାରେ ସେ ଗୁରୁତର ହୋଇପଡ଼ିଥିଲେ।

ଯାହାବି ହେଉ, ସ୍ଥାନୀୟ ଲୋକେ ହାତୀମାନଙ୍କୁ ଭଗାଇବାରେ ସମର୍ଥ ହୋଇ ମହିଳା ଓ ତାଙ୍କ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧିତ ଖବର