୭କୋଟି ଟଙ୍କାର କ୍ଷତି କରିବା ପରେ ଦେଖନ୍ତୁ ଥକ୍କି ପଡ଼ି ଜଣକ ଉପରେ ଜଣେ କିପରି ଶୋଇ ପଡ଼ିଛନ୍ତି ହାତୀପଲ

ମୁମ୍ବାଇ: ଚୀନରେ ଜଙ୍ଗଲି ହାତୀଙ୍କ ଏକ ପଲ ଉତ୍ପାତ କରୁଛନ୍ତି। ଅ‌ନେକ ଫସଲ ନଷ୍ଟ କରି ୫୦୦କିମି ଚାଲିଚାଲି ଥକ୍କି ପଡ଼ିବା ପରେ ୧୫ଟି ହାତୀ ଜଣକ ଉପରେ ଜଣେ ଶୋଇ ପଡ଼ିଥିବାର ଦେଖିବାକୁ ମିଳୁଛି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଚୀନର ରାଜ୍ୟ ଟେଲିଭିଜନ ୧୫ଟି ହାତୀ ଥିବା ପଲ ଉପରେ ୨୪ଘଣ୍ଟା ସିଧାସଳଖ ନଜର ରଖିଛନ୍ତି। କାରଣ ଚୀନ ୟୁନାନରେ ହାତୀପଲ ଅନେକ ଫସଲ ନଷ୍ଟ କରି ଦେଇଛନ୍ତି। ଏହି ହାତୀପଲ ଏଯାବତ ୭କୋଟି ଟଙ୍କାର ଫସଲ ନଷ୍ଟ କରି ସାରିଛନ୍ତି।

nik0ch58
ndtv.in

ରାଜ୍ୟ ପ୍ରସାରକ ସିସିଟିଭି ଫୁଟେଜରୁ ଦେଖିବାକୁ ମିଳୁଛି, ହାତୀ ପଲ କୁନମିଙ୍ଗର ବାହ୍ୟ ଅଞ୍ଚଳସ୍ଥ ଏକ ଜଙ୍ଗଲରେ ଶୋଇଛନ୍ତି। ଅଧିକାରୀମାନେ ହାତୀପଲଙ୍କ ଉତ୍ପାତକୁ ଦେଖି ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। କୁନମିଙ୍ଗ ସହର ପରିସ୍ଥିତି ଲକଡାଉନ ଭଳି ହୋଇଯାଇଛି।

ହାତୀପଲଙ୍କ ଉପରେ କଡ଼ା ନଜର ରଖାଯାଇଛି। କାରଣ ଏମାନେ ଗଛଲତା ଭରିଥିବା ଗ୍ରାମାଞ୍ଚଳରେ ଅଧିକାଂଶ ବୁଲୁଛନ୍ତି। ସାର୍ବଜନୀନ ସୁରକ୍ଷା ପାଇଁ ୪୦୦ରୁ ଅଧିକ ଲୋକଙ୍କୁ ଏକାଠି କରାଯାଇଥିବା ବେଳେ ୧୨ରୁ ଊର୍ଧ୍ବ ଡ୍ରୋନ ହାତୀପଲଙ୍କ ପ୍ରତିଟି କାର୍ଯ୍ୟକଳାପ ଉପରେ ନଜର ରଖିଛି।

ସମ୍ବନ୍ଧିତ ଖବର