ନୂଆଦିଲ୍ଲୀ: କେନ୍ଦ୍ରରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ନୂତନ ପ୍ରୟାସ ଆରମ୍ଭ କରିଛନ୍ତି। କଂଗ୍ରେସ ସମେତ ୨୧ଟି ବିରୋଧୀ ଦଳଙ୍କୁ ଏକଜୁଟ୍ ରଖିବା ଏବଂ ମେ’ ୨୩ରେ ନିର୍ବାଚନ ଫଳାଫଳ ଆସିବା ପରେ କିଭଳି ରଣନୀତି ଗ୍ରହଣ କରାଯିବ ସେ ନେଇ ନାଇଡ଼ୁ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିଛନ୍ତି। ଆସନ୍ତାକାଲି ନାଇଡ଼ୁ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ମେ’ ୨୧ ତାରିଖ ଦିନ ମିଳିତ ବିରୋଧୀ ଦଳଙ୍କ ଏକ ବୈଠକ ଆୟୋଜନ କରାଯିବାକୁ ଯୋଜନା ହେଉଛି ଏବଂ ଖୁବ୍ଶୀଘ୍ର ଏ ବାବଦରେ ସ୍ଥିତି ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି। ମେ ୨୩ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ଥାନରେ ନୂତନ ପ୍ରଧାନମନ୍ତ୍ରୀ ଆସିବେ ଏବଂ ଏଥିପାଇଁ ବିରୋଧୀ ଦଳରେ ସହମତି ସୃଷ୍ଟି କରବାକୁ ସେ ପ୍ରୟାସ ଆରମ୍ଭ କରିଛନ୍ତି ବୋଲି ନାଇଡ଼ୁ ଗଣମାଧ୍ୟମକୁ କହିଛନ୍ତି।
ସୁପ୍ରିମ୍ କୋର୍ଟ ୫୦ ପ୍ରତିଶତ ଭିଭିପିଏଟି ସ୍ଲିପ୍ ଗଣତି କରିବା ପାଇଁ ବିରୋଧୀ ଦଳଙ୍କ ଆବେଦନକୁ ଖାରଜ କରିଦେବା ମାମଲାରେ ନାଇଡ଼ୁ କହିଛନ୍ତି ଯେ ଏହି ମାମଲାରେ ତାଙ୍କର ଅଭିଯାନ ଥମିବ ନାହିଁ ଏବଂ ୨୧ଟି ବିରୋଧୀ ଦଳ ସେମାନଙ୍କ ଦାବିକୁ ନୂଆ ଢଙ୍ଗରେ ନିର୍ବାଚନ କମିସନଙ୍କଠାରେ ଉପସ୍ଥାପନ କରିବେ।
ନିର୍ବାଚନ ପରବର୍ତ୍ତୀ ରଣନୀତି ପାଇଁ ପ୍ରସ୍ତୁତି:ବିରୋଧୀଙ୍କୁ ଏକଜୁଟ୍ ପାଇଁ ନୂଆ ପ୍ରୟାସ
୨୧ ତାରିଖରେ ମିଳିତ ବିରୋଧୀ ଦଳର ବୈଠକ ଯୋଜନା ରାହୁଲଙ୍କ ସହ ଆଲୋଚନା କଲେ ନାଇଡ଼ୁ
/sambad/media/post_attachments/wp-content/uploads/2019/05/oposition.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)