ନୂଆଦିଲ୍ଲୀ: ଗତ ମଇ ୧୯ ତାରିଖରେ ଦିଲ୍ଲୀସ୍ଥିତ ରାଜୀବ ଚୌକ୍‌ ମେଟ୍ରୋ ଷ୍ଟେସନ ତଥା ଟ୍ରେନ ଭିତରେ  ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ହତ୍ୟା କରାଯିବା ପାଇଁ ଧମକପୂର୍ଣ୍ଣ ବାର୍ତ୍ତା ଲେଖାଯାଇଥିବାର ଘଟଣା ସାମ୍ନ‌ାକୁ ଆସିଥିଲା।  ଏହି ଘଟଣାକୁ କେନ୍ଦ୍ର କରି ଆମ୍ ଆଦମୀ ପାର୍ଟି ବିଜେପି ଏବଂ ପିଏମଓଙ୍କୁ ଦାୟୀ କରି ଏକ ଟୁଇଟ୍ କରିଥିଲା। ଏହାପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

Advertisment

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେବା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଯୁବକ ବରେଲିର ବାସିନ୍ଦା ଥିବା ବେଳେ ନାମ ତାର ଅଙ୍କିତ ଗୋଏଲ୍‌ ବୋଲି ଜଣାପଡ଼ିଛି।

ଅଙ୍କିତ ଜଣେ ଉଚ୍ଚଶିକ୍ଷିତ ହେବା ସହ ଏକ ନାମୀଦାମୀ ବ୍ୟାଙ୍କରେ କାମ ମଧ୍ୟ କରେ। ତେବ‌େ ଏଭଳି ଜଣେ ବ୍ୟକ୍ତି ମେଟ୍ରୋର ସ୍ଥାନେସ୍ଥାନେ କାହିଁକି କେଜ୍ରିୱାଲଙ୍କୁ ହତ୍ୟା ଧମକ ଦେବାର ବାର୍ତ୍ତା ଲେଖିଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାଥମିକ ତଦନ୍ତରୁ ପୁଲିସ ଅନୁମାନ କରିଛି କି ଅଙ୍କିତର ମାନସିକ ଅବସ୍ଥା ଭଲ ନାହିଁ। ତେଣୁ ତାକୁ ଡାକ୍ତରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଭିଯୁକ୍ତ ଜଣକ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ମେଟ୍ରୋ ଷ୍ଟେସନରେ କେଜ୍ରିୱାଲଙ୍କୁ ଦେଇଥିବ‌ା ଧମକପୂର୍ଣ୍ଣ ମେସେଜର ଫଟୋ ସେୟାର କରିଥିଲା। ପୁଲିସ ମେଟ୍ରୋ ଷ୍ଟେସନର ସିସିଟିଭି ଫୁଟେଜ ସହିତ ଅଭିଯୁକ୍ତ ସେୟାର କରିଥିବା ପୋଷ୍ଟକୁ ଆଧାର କରି ତଦନ୍ତ କରି ଅଙ୍କିତ ଗୋଏଲକୁ କାବୁ କରିଛି।