ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ରୋହିଣୀ କୋର୍ଟରେ ଗୁଳିବିନିମୟ ହୋଇଛି। ଶୁକ୍ରବାର ଦ୍ବିପହର ସମୟରେ ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟାର ଜିତେନ୍ଦ୍ର ଓରଫ ଗୋଗିକୁ ଗୁଳି କରି ହତ୍ୟା କରାଯାଇଛି। ଏହାପରେ କୋର୍ଟ ପରିସରରେ ଉଭୟ ପକ୍ଷରୁ ଗୁଳି ବର୍ଷା ହୋଇଥିଲା । ଏହି ଗୁଳିବିନିମୟରେ ୨ ଆକ୍ରମଣକାରୀଙ୍କୁ ବି ନିହତ କରାଯାଇଛି।
ଏହି ଗୁଳିବିନିମୟରେ ଏଯାବତ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ତିନିଜଣଙ୍କ ମଧ୍ୟରୁ ଜଣେ ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟାର ଜିତେନ୍ଦ୍ର ଥିବା ବେଳେ ଅନ୍ୟ ଦୁଇଜଣ ଜିତେନ୍ଦ୍ର ଉପରେ ଆକ୍ରମଣ କରିଥିବା ଆକ୍ରମଣକାରୀ ରହିଛନ୍ତି।
ଜିତେନ୍ଦ୍ର ଓରଫ ଗୋଗି ତିହାର ଜେଲରେ ବନ୍ଦୀ ଥିଲା। ଦୁଇଜଣ ଆକ୍ରମଣକାରୀ ଓକିଲ ବେଶରେ କୋର୍ଟ ପରିସରରେ ପହଞ୍ଚିଥିଲେ। ଆଉ କେହି କିଛି ବୁଝିବା ପୂର୍ବରୁ ଜିତେନ୍ଦ୍ର ଉପରକୁ ଗୁଳି ଚଳାଇଥିଲେ। ସ୍ପେଶାଲ ସେଲର ଟିମ ଜିତେନ୍ଦ୍ରକୁ କୋର୍ଟ ରୁମକୁ ନେଇ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା।
ଦୁଇ ବର୍ଷ ପୂର୍ବେ ଗୁରୁଗ୍ରାମର ସ୍ପେଶାଲ୍ ସେଲ୍ ଦ୍ୱାରା ଜିତେନ୍ଦ୍ରକୁ ଗିରଫ କରାଯାଇଥିଲା। ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଅନୁଯାୟୀ ଜିତେନ୍ଦ୍ର ଗୋଗୀ ଏହି ଅପରାଧ ଜରିଆରେ ବହୁ ଟଙ୍କା ରୋଜଗାର କରିଛି। ଜିତେନ୍ଦ୍ରର ନେଟୱାର୍କରେ ୫୦ରୁ ଅଧିକ ଲୋକ ସାମିଲ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Untitled-1-copy-26.jpg)