ଜାତୀୟ ବନ୍ଧୁକଚାଳନା ଲାଗି ୧୧ ଓଡ଼ିଆଙ୍କ ଯୋଗ୍ୟତା

ଭୁବନେଶ୍ବର: ଜାତୀୟ ବନ୍ଧୁକଚାଳନା ପ୍ରତିଯୋଗିତା ଲାଗି ଓଡ଼ିଶାରୁ ୧୧ ଜଣ ଯୋଗ୍ୟତା ଅର୍ଜନ କରିଛନ୍ତି। ପଶ୍ଚିମବଙ୍ଗର ଆସାନସୋଲରେ ଆୟୋଜିତ ପୂର୍ବାଞ୍ଚଳ ବନ୍ଧୁକ ପ୍ରତିଯୋଗିତାରେ ଓଡ଼ିଶାରୁ ୩୦ ଜଣ ଭାଗନେଇଥିଲା ବେଳେ ଏମାନଙ୍କ ମଧ୍ୟରୁ ୧୧ ଶ୍ରେ‌ଷ୍ଠ ପ୍ରଦର୍ଶନ କରି ଏହି ଯୋଗ୍ୟତା ହାସଲ କରିଥିଲେ। ଅନୁଗୁଳ ଜିଲ୍ଲାର ତନିଷ୍କା ସାମନ୍ତ ଏୟାର ରାଇଫଲ ପୀପ ସାଇଟ୍‌ରେ ଗୋଟିଏ ରୌପ୍ୟ ଓ ଦୁଇଟି କାଂସ୍ୟ ଜିତି ‌ରାଜ୍ୟ ପକ୍ଷରୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ହୋଇଥିଲେ। ତନିଷ୍କାଙ୍କ ବାଦ୍‌ ଜାତୀୟ ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିଥିବା ଅନ୍ୟ ପ୍ରତିଯୋଗୀମାନେ ହେଲେ ସୁଜଳ କୁମାର, ଶ୍ରେୟଶ ଦିବ୍ୟଦର୍ଶନ ମିଶ୍ର, ଅଭିଲିପ୍ସା ପାତ୍ର, ସହସ୍ରାଂଶୁ ମିଶ୍ର, ଆଚାର୍ଯ୍ୟ ସ୍ବୟଂ ସମ୍ବିତ, ଅର୍ଦ୍ଧେନ୍ଦୁ ପାଢ଼ୀ, ପୀୟୂଷ କୁମାର ଷଡ଼ଙ୍ଗୀ, ସର୍ବାଂଶ ମିଶ୍ର, ସିଦ୍ଧାର୍ଥ ଗଣେଶନ ଓ ଦିବ୍ୟଶ ଚୋପଦାର। ଆଶିଷ ନାୟକ ଦଳର ପ୍ରଶିକ୍ଷକ ଓ ପ୍ରବନ୍ଧକ ଥିଲେ। କୃତି ପ୍ରତିଯୋଗୀଙ୍କୁ ଓଡ଼ିଶା ରାଇଫଲ ସଂଘର ପୃଷ୍ଠପୋଷକ କଳିକେଶ ନାରାୟଣ ସିଂହଦେଓ, ସଭାପତି ଅନଙ୍ଗ ଉଦୟ ସିଂହଦେଓ ଏବଂ ସମ୍ପାଦକ ଡକ୍ଟର ହରି ପ୍ରସାଦ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର